Odisha Link
Bridging the Missing Links in Odisha

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ; ପ୍ରଦକ୍ଷିଣ କଲେ ପରିକ୍ରମା ମାର୍ଗ

ଓଏଲ୍‌ ବ୍ୟୁରୋ: ଆଜି ପୁରୀ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ହେଲିକପ୍ଟରରେ ପହଞ୍ଚିଲା ପରେ ଶ୍ରୀଦାଣ୍ଡ ଦେଇ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ମୁଖ୍ୟମନ୍ତ୍ରୀ। ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପରେ ପ୍ରଥମ ଥର ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତରେ ଯାଇଛନ୍ତି। ଶ୍ରୀସେତୁ ଦେଇ ସିହଂଦ୍ବାର ଗଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀଙ୍କ ସହ ୫-ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ସାମିଲ ହୋଇଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରି ଫେରିବା ବାଟରେ ଶ୍ରୀଜଗନ୍ନାଥ ସଂସ୍କୃତି ଆଧାରିତ ପ୍ରଦର୍ଶନୀ ଦେଖିବେ। ମହାପ୍ରଭୁଙ୍କୁ ଦର୍ଶନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ବଲ୍ଲଭ ପ୍ରମୋଦ ଉଦ୍ୟାନ ବୁଲି ଦେଖିଛନ୍ତି।

ସୂଚନା ଅନୁସାରେ, ଗତ ୧୭ ତାରିଖରେ ପରିକ୍ରମା ପ୍ରକଳ୍ପ ଲୋକାର୍ପିତ ହୋଇଥିଲା। ଲୋକାର୍ପଣ ପରେ ପରିକ୍ରମା ମାର୍ଗରେ ପଦକ୍ଷିଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହା ସହ ଶ୍ରୀସେତୁ ଓ ଶ୍ରୀମାର୍ଗର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଥିଲେ।

Leave A Reply

Your email address will not be published.