Odisha Link
Bridging the Missing Links in Odisha

ଓଡ଼ିଶା ଗଢ଼ିବ ବୈଦ୍ୟୁତିକ ଯାନ, ନରାଜରେ ହେବ ଇଭି ଗାଡ଼ି ଉତ୍ପାଦନ କେନ୍ଦ୍ର

ଓଏଲ୍‌ ବ୍ୟୁରୋ: ଖୁବଶୀଘ୍ର ଇ-ଯାନ ଏବଂ ଯନ୍ତ୍ରାଂଶ ଉତ୍ପାଦନର ହବ୍‌ ପାଲଟିବ ଓଡ଼ିଶା। ପ୍ରଥମ ଥର ପାଇଁ ଓଡ଼ିଶାରେ ବିଦ୍ୟୁତ୍‌ଚାଳିତ ଯାନ ବା ଇଲେକ୍ଟ୍ରିକ୍‌ ଭେହିକିଲ୍‌ (ଇଭି) କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି। କଟକର ନରାଜରେ ଉତ୍ପାଦିତ ହେବ ବୈଦ୍ୟୁତିକ ଯାନ (ଇ-ଯାନ)। ପାରାଦୀପରେ ତମ୍ବା ସ୍ମେଲଟର୍ ସହ ଲିଥିୟମ ସ୍ମେଲଟର ଏବଂ ଇ-ଯାନର ଆନୁଷଙ୍ଗିକ ଉପାଦାନ ଉତ୍ପାଦନ କମ୍ପ୍ଲେକ୍ସ ସ୍ଥାପିିତ ହେବ। ଏଥିପାଇଁ ତିନିଟି ପର୍ଯ୍ୟାୟରେ ଜେଏସ୍‌ଡବ୍ଲ୍ୟୁ ନରାଜ ଓ ପାରାଦୀପରେ ୪୦ହଜାର କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ ପାଇଁ ଆଜି ରାଜ୍ୟ କ୍ୟାବିନେଟ ଏକ ସ୍ବତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ୍ ଅନୁମୋଦନ କରିଛି।

ଓଡ଼ିଶାରେ ବୈଦ୍ୟୁତିକ ଯାନ କାରଖାନା ପ୍ରତିଷ୍ଠା ପାଇଁ ଜେଏସ୍‌ଡବ୍ଲୁ ଗ୍ରୁପ୍‌ ପ୍ରସ୍ତାବ ଦେଇଥିଲା। ଏହି ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକରେ ଅନୁମୋଦନ ମିଳିଛି। ଦୁଇଟି ବର୍ଗରେ ଜେଏସ୍‌ଡବ୍ଲୁ ଇଭି ଉତ୍ପାଦନ କରିବ। ଗୋଟିଏ ୟୁନିଟରେ ଇଭି ଉତ୍ପାଦନ ଏବଂ ଅନ୍ୟ ୟୁନିଟରେ ଇଭି ସମ୍ପର୍କିତ ଉପକରଣଣ ଏବଂ ବ୍ୟାଟେରୀ ଉତ୍ପାଦନ ହେବ। କମ୍ପାନୀ ଏଥିପାଇଁ ୪୦ ହଜାର କୋଟିରୁ ଅଧିକ ଅର୍ଥ ବିନିଯୋଗ କରିବା ସହିତ ୧୧ ହଜାରରୁ ଅଧିକ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରାଯିବ। ଏହି ପ୍ରକଳ୍ପ ରାଜ୍ୟରେ ଶିଳ୍ପ ଅଭିବୃଦ୍ଧି କରିବା ସହିତ ଇଭି କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶ ପାଇଁ ଅନ୍ୟ କମ୍ପାନୀମାନଙ୍କୁ ଉତ୍ସାହିତ କରିବ ବୋଲି କୁହାଯାଉଛି।

କ୍ୟାବିନେଟ୍‌ ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ଜେଏସ୍‌ଡବ୍ଲ୍ୟୁ ନରାଜରେ ‘୫୦ଗିଗାୱାଟ୍ ଆୱାର’ କ୍ଷମତା ବିଶିଷ୍ଟ ଏକ ଉନ୍ନତ ବୈଷୟିକ ଜ୍ଞାନ ଆଧାରିତ ବ୍ୟାଟେରି ଉତ୍ପାଦନ ପ୍ରକଳ୍ପ ପ୍ରତିଷ୍ଠା କରିବ। ଏହା ବିଶ୍ବର ସର୍ବବୃହତ ଏକକ ପ୍ରକଳ୍ପ ହେବ। ସାରାବିଶ୍ବ ଏବେ ‘୫୦ଗିଗାୱାଟ୍ ଆୱାର’ ବ୍ୟାଟେରି ଉତ୍ପାଦନ କ୍ଷେତ୍ରରେ ପୁଞ୍ଜିନିବେଶ କରୁଥିବା ବେଳେ ଓଡ଼ିଶା ବିଶ୍ବର ସବୁଠୁ ବଡ଼ ପ୍ରକଳ୍ପ ନିର୍ମାଣ କରିବାକୁ ଆଗେଇ ଆସିଛି।

Leave A Reply

Your email address will not be published.