Odisha Link
Bridging the Missing Links in Odisha

ଆଇଏଏସ୍‌ ପରେ ଆଇଆଇସି ସ୍ତରରେ ଅଦଳବଦଳ

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶା ସରକାର ଆଇଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ କରିଥିଲେ। ଏବେ ପୁଣି ଆଇଆଇସି ସ୍ତରରେ ଅଦଳବଦଳ ହୋଇଥିବା ଖବର ସାମ୍ନାକୁ ଆସିଛି। ୪୭ ଜଣ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ସୁଧାଂଶୁ ଜେନା କ୍ୟାପିଟାଲ, ପ୍ରଦୀପ ଜେନା ଚନ୍ଦକା ଥାନା ଆଇଆଇସି, ସମିତା ମିଶ୍ର ନନ୍ଦନକାନନ, ପ୍ରଦୀପ୍ତ ନାୟକ ଧଉଳି ଥାନା ଆଇଆଇସି, ଓମ୍‌ପ୍ରକାଶ ମହାନ୍ତି ଜଗତପୁର, ଚିତ୍ତରଂଜନ ରାଉତ ମଧୁପାଟଣା ଆଇଆଇସି ଭାବେ ବଦଳି କରାଯାଇଛି।

ସୂଚନା ଅନୁସାରେ, ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ହେଲେ ଶ୍ରୀମନ୍ଦିର ଅତିରିକ୍ତ ମୁଖ୍ୟ ପ୍ରଶାସକ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଥିବା ରଂଜନ ଦାସ ହେଲେ କେନ୍ଦ୍ରାଞ୍ଚଳ ଆର୍‌ଡିସି। ସେହିପରି ଶ୍ରୀକାନ୍ତ ପୃଷ୍ଟି ହେଲେ ଉତ୍ତରାଞ୍ଚଳ ଆର୍‌ଡିସି। ପୁରୀ ଜିଲ୍ଲାପାଳ ଭାବେ ବିଜୟ ଦାସଙ୍କୁ ନିଯୁକ୍ତ କରାଯାଇଛି।

Leave A Reply

Your email address will not be published.