Odisha Link
Bridging the Missing Links in Odisha

ରାଜ୍ୟର ବିଭିନ୍ନ ସ୍ଥାନରେ କୋହଲା ପାଗ; ୧୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ପଶ୍ଚିମ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରେ କୋହଲା ପାଗ ସହ ହାଲୁକା ବର୍ଷା ଲାଗିରହିଛି। ଗତ ୨୪ ଘଣ୍ଟାରେ ସମ୍ବଲପୁରରେ ୨୫ ମିମି ବର୍ଷା ରେକର୍ଡ କରାଯାଇଛି। ଏହା ସହ ଅତାବିରାରେ ୨୪.୨, ନୟାଗଡ଼ରେ ୨୧.୬, ବିଜେପିରୁ ୧୮। ଡୁଙ୍ଗୁରିପାଲିରେ ୧୭.୧ମିମି, ଉଲୁଣ୍ଡାରେ ୧୬.୨ ମିମି ବର୍ଷା ରେକର୍ଡ କରାଯାଇଛି।

ଏହା ସହ ଘନ କୁହୁଡ଼ି ନେଇ ୧୨ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କନ୍ଧମାଳ, ଅନୁଗୁଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଳାହାଣ୍ଡି, ବଲାଙ୍ଗିର, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା, ବରଗଡ଼କୁ ଆଲର୍ଟ କରାଯାଇଛି। ଦକ୍ଷିଣ ଓ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ହୋଇଛି।

Leave A Reply

Your email address will not be published.