Odisha Link
Bridging the Missing Links in Odisha

୮ ମାସ ପରେ ବିଜେପିକୁ ବାହୁଡ଼ିଲେ ସେଟ୍ଟାର

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ଦଳଡିଆଁ ପର୍ବ ଆରମ୍ଭ ହୋଇଛି। ଏହି କ୍ରମରେ କର୍ଣ୍ଣାଟକ ରାଜନୀତିରୁ ଆସିଛି ଏକ ବଡ଼ ଖବର। ରାଜ୍ୟର ଜଣେ ହେଭିୱେଟ୍ ରାଜନେତା ପୁଣି ଥରେ ଘରକୁ ଫେରୁଥିବା ନେଇ ଖବର ମିଳିଛି। ବିଜେପିକୁ ଫେରିଲେ କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର। ସାତ ମାସ ପୂର୍ବରୁ ରାଜ୍ୟ ବିଧାନସଭା ନିର୍ବାଚନ ପୂର୍ବରୁ ଏପ୍ରିଲ ମାସରେ ସେ ପଦ୍ମ ଦଳରୁ ଇସ୍ତଫା ଦେଇ କଂଗ୍ରେସରେ ପାଦ ଥାପିଥିଲେ। ପାଖାପାଖି ୩୦ ବର୍ଷ ଧରି ଜଗଦୀଶ ବିଜେପି ସହିତ ଜଡ଼ିତ ଥିଲେ।

Leave A Reply

Your email address will not be published.