Odisha Link
Bridging the Missing Links in Odisha

ମହାଶିବରାତ୍ରୀରେ ଲୋକାର୍ପଣ ହେବ ଓଡ଼ିଶାର ଉଚ୍ଚତମ ମୂର୍ତ୍ତି, ଯାହାର ଉଚ୍ଚତା ୧୨୩ ଫୁଟ

ଓଏଲ୍‌ ବ୍ୟୁରୋ: ଓଡ଼ିଶାବାସୀ ଦେଖିବେ ସୁଉଚ୍ଚ ମୂର୍ତ୍ତି। ଯାଜପୁରକୁ ଛୁଟିବ ପର୍ଯ୍ୟଟକଙ୍କ ସୁଅ। ଯାଜପୁରରେ ମା ବିରଜା ମନ୍ଦିର, ଦଶାଶ୍ବମେଧ ଘାଟ ପରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ସୁଉଚ୍ଚ ଶିବ ମୂର୍ତ୍ତି ନିର୍ମାଣ ଚାଲିଛି। ଆଉ ଅଳ୍ପ ଦିନ ପରେ ପବିତ୍ର ବୈତରଣୀ ନଦୀ କୂଳରେ ଓଡ଼ିଶାର ସୁଉଚ୍ଚ ଧ୍ୟାନ ମଗ୍ନ ଶିବ ମୂର୍ତ୍ତିର ଲୋକାର୍ପଣ ହେବ। ଏହି ଶିବ ମୂର୍ତ୍ତି ଟିର ଉଚ୍ଚତା ୧୨୩ ଫୁଟ ରହିଛି। ଭୂମି ଠାରୁ ୩୦ ଫୁଟ ଉଚ୍ଚତାରୁ ଏହାର ନିର୍ମାଣ ଆରମ୍ଭ ହୋଇଛି। ମହାଶିବରାତ୍ରୀରେ ଲୋକାର୍ପଣ ହେବ ସୁଉଚ୍ଚ ଶିବ ମୂର୍ତ୍ତି। ଏନେଇ ଜିଲ୍ଲା ପଶାସନ ପକ୍ଷରୁ ସୂଚନା ମିଳିଛି।

ଯାଜପୁର ଜିଲାରେ ନିର୍ମାଣ ଚାଲିଛି ସୁଉଚ୍ଚ ଧ୍ୟାନମଗ୍ନ ଶିବ ମୂର୍ତ୍ତି। ଏହି ମୂର୍ତ୍ତି ସାରା ଓଡ଼ିଶାର ଉଚ୍ଚତମ ମୂର୍ତ୍ତି ହେବ। କାରଣ ପୂର୍ବରୁ ରାଉଲକେଲାରେ ଥିବା ହନୁମାନ ବାଟିକାରେ ୭୫ ଫୁଟର ହୁନମାନ ମୂର୍ତ୍ତି ରହିଥିବା ବେଳେ କୋ‌ରାପୁଟର ଦାମନଯୋଡି ଠାରେ ୧୦୮ ଫୁଟ ଉଚ୍ଚତାର ହନୁମାନ ମୂର୍ତ୍ତି ରହିଛି। ଯାଜପୁରରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାକୁ ୧୨୩ ଫୁଟର ଧ୍ୟାନମଗ୍ନ ଶିବ ମୂର୍ତ୍ତି ନିର୍ମାଣ ଶେଷ ହୋିଛି। ମୂର୍ତ୍ତି ଲୋକାର୍ପଣ ହେଲା ପରେ ଅଧିକରୁ ଅଧିକ ପର୍ଯ୍ୟଟକ ଜିଲ୍ଲାକୁ ଆସିବେ ବୋଲି ଆଶା କରାଯାଉଛି।

ଦିଲ୍ଲୀର ମାତୁରାମ ଆର୍ଟ ନାମକ ସଂସ୍ଥା ଏହାର ନିର୍ମାଣ ଦାୟିତ୍ବ ନେଇଥିବା ବେଳେ ନିର୍ମାଣ ମୂଲ୍ୟ ୯ କୋଟି ୮୦ ଲକ୍ଷ ୪୨ହଜାରରେ କାମ ଆରମ୍ଭ ହୋଇଥିଲା।ମୂର୍ତ୍ତି ସଂପୂର୍ଣ୍ଣ ପାଇଁ ୧୬ କୋଟିରୁ ଉର୍ଦ୍ଧ ଟଙ୍କା ଲାଗିବ ବୋଲି ଆକଳନ କରାଯାଇଛି। ତେବେ ଏହି ମୂତ୍ତି ନିର୍ମାଣ ପ୍ରଥମ ଥର ପାଇଁ ହେଉଥିବାରୁ ଏହାର ଫ୍ରେମ୍ ନିର୍ମାଣ ବହୁ ସମୟ ସାକ୍ଷେପ ଓ ବ୍ୟୟ ବହୁଳ ରହିଛି। ଫାଇଭର ଓ ଷ୍ଟିଲରେ ଏହାର ଫ୍ରେମ ନିର୍ମାଣ କରାଯାଉଛି।

ଏହାକୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ କପର‌ରେ ପୂରା ମୂର୍ତ୍ତିକୁ ଆଚ୍ଛ‌ାଦିତ କରାଯିବ। ମୂର୍ତ୍ତି ନିର୍ମାଣ ସଂପୂର୍ଣ୍ଣ ହେଲେ ଏହା ହିଁ ଓଡିଶାର ସବୁଠାରୁ ଉଚ୍ଚ ମୂର୍ତ୍ତି ଭାବେ ପରିଚୟ ପାଇବ। ତେବେ ଯେ ଖାଲି ଏଠାରେ ନିର୍ମାଣ ହେଉଛି ତାହା ନୁହଁ ପୁରା ମୂର୍ତ୍ତି ଚାରିପଟେ ଅନେକ ମନୋରଂଜନ ମୂଳକ ପ୍ରକଳ୍ପ ନିର୍ମାଣ କରାଯାଉଛି। ଯାହାକି ଶିବା ଗ୍ୟାଲେରୀ ନାମରେ ନାମିତ କରାଯିବ। ଏହି ପରିକଳ୍ପନା ଶେଷ ହେଲେ ଶିବା ଗ୍ୟାଲେରୀ ଯାଜପୁର ଓ ଓଡିଶା ପର୍ଯ୍ୟଟନର ଏକ ପ୍ରମୁଖ ଅଂଶ ହେବ।

Leave A Reply

Your email address will not be published.