ଭୁବନେଶ୍ୱରରେ ମଲ୍ଲିକାର୍ଜୁନ ଖଡ୍ଗେ; ‘ଓଡ଼ିଶା ବଞ୍ଚାଅ ସମାବେଶ’ରେ ହେବେ ସାମିଲ

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ଏହାରି ମଧ୍ୟରେ ଓଡ଼ିଶା ଗସ୍ତରେ ଆସିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ। ମଲ୍ଲିକାର୍ଜୁନ ଖଡଗେଙ୍କ ଦିନିକିଆ ଓଡିଶା ଗସ୍ତକୁ ନେଇ ନେତା, ମନ୍ତ୍ରୀ ଓ କର୍ମୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଅଧ୍ୟକ୍ଷ ଭାର ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡିଶା ଗସ୍ତ।
ଅନ୍ୟପଟେ, କଂଗ୍ରେସ ୨୦୨୪ ନିର୍ବାଚନକୁ ଗୁରୁତ୍ୱର ସହ ଗ୍ରହଣ କରିଛି। କାରଣ ୨୦୧୯ରେ କଂଗ୍ରେସ ଓଡିଶାରେ ନିରାଶଜନକ ପ୍ରଦର୍ଶନ କରିଥିଲା। ତେବେ ଆଗାମୀ ନିର୍ବାଚନ ନେଇ ମଲ୍ଲିକାର୍ଜୁନ ଖଡଗେ ଆଲୋଚନା କରିବା ନେଇ ସୂଚନା ରହିଛି। ଏହା ସହ ଆସନ୍ତା ଫେବୃୟାରୀ ୧୪ ତାରିଖରୁ ରାହୁଲ ଗାନ୍ଧୀ ଓଡିଶାର ୪ ଜିଲ୍ଲାରେ ୪ ଦିନିଆ ଭାରତ ଯୋଡୋ ନ୍ୟାୟ ଯାତ୍ରା କରିବେ। ଏହା କିଭଳି ସଫଳ ହେବ ସେ ନେଇ ମଧ୍ୟ ଖଡଗେ ନେତାଙ୍କ ସହ ଆଲୋଚନା କରିବେ।