ଅଯୋଧ୍ୟାରେ ଜନସମାଗମ; ଶ୍ରୀରାମ ଜନ୍ମଭୂମିରେ ମନମୋହିଲା ଓଡ଼ିଶୀ ନୃତ୍ୟ

ଓଏଲ୍ ବ୍ୟୁରୋ: ଅଯୋଧ୍ୟାରେ ନିର୍ମିତ ଭବ୍ୟ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି। ପ୍ରତିଷ୍ଠା ପରେ ପ୍ରଥମ ସକାଳେ ଭକ୍ତମାନେ ପୂଜାପାଠ କରିବା ପାଇଁ ଶ୍ରୀରାମ ମନ୍ଦିରର ମୁଖ୍ୟ ଫାଟକରେ ବହୁ ସଂଖ୍ୟାରେ ଏକାଠି ହୋଇଥିଲେ। ଏବେ ବି ରାମଲାଲାଙ୍କ ଦର୍ଶନ ପାଇଁ ଅଯୋଧ୍ୟାରେ ଜନସମୁଦ୍ର ଦେଖିବାକୁ ମିଳିଛି। ସମସ୍ତ ଭକ୍ତଙ୍କ ପାଇଁ ନୂଆ ରାମ ମନ୍ଦିରର ଦ୍ୱାର ଖୋଲିଛି। ଭକ୍ତମାନେ ପବିତ୍ର ମନ୍ଦିରରେ ବସିଥିବା ପ୍ରତିମା ସହିତ ନୂତନ ପ୍ରତିମା ଦର୍ଶନ କରୁଛନ୍ତି।
ଏହା ସହ ଶ୍ରୀରାମ ଜନ୍ମଭୂମିରେ ପରିବେଷଣ ହେଲା ଓଡ଼ିଶୀ ନୃତ୍ୟ। ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟାଙ୍ଗନା ତଥା କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସୁଜାତା ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି। ଚିତାକର୍ଷକ ଓଡ଼ିଶୀ ନୃତ୍ୟ ମାଧ୍ୟମରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସୁଜାତା ମହାପାତ୍ର ପ୍ରଭୁ ରାମଲାଲାଙ୍କ ପ୍ରତି ଭକ୍ତି ଓ ଶ୍ରଦ୍ଧା ଜ୍ଞାପନ କରିଛନ୍ତି। ଶ୍ରୀରାମ ଜନ୍ମ ଭୂମିରେ ୨୮ତାରିଖରୁ ଆରମ୍ଭ ହୋଇଥିବା ରାଗ ଉତ୍ସବର ପ୍ରଥମ ଦିନରେ ନୃତ୍ୟାଙ୍ଗନା ସୁଜାତା ମହାପାତ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଛନ୍ତି।