Odisha Link
Bridging the Missing Links in Odisha

ମହଙ୍ଗା ମାଡ଼: ବଜେଟ୍ ପୂର୍ବରୁ ବଢ଼ିଲା ଗ୍ୟାସ୍‌ ଦର

ଓଏଲ୍‌ ବ୍ୟୁରୋା: ସଂସଦରେ ଆଜି ଆଗତ ହେବ ଅନ୍ତରୀଣ ବଜେଟ୍। ଦିନ ୧୧ଟାରେ ଆର୍ଥିକ ବର୍ଷ ୨୦୨୪-୨୫ ପାଇଁ ବଜେଟ୍ ପ୍ରସ୍ତାବ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଗକୁ ସାଧାରଣ ନିର୍ବାଚନ ଆସୁଥିବା ବେଳେ କେନ୍ଦ୍ରରେ ମୋଦି ସରକାରର ଦ୍ୱିତୀୟ ପାଳିର ଏହା ଶେଷ ବଜେଟ୍। ତେବେ ବଜେଟ୍‌ ଉପସ୍ଥାପନା ହେବା ପୂର୍ବରୁ ମହଙ୍ଗା ମାଡ଼।

ଫେବ୍ରୁଆରୀ ମାସ ପ୍ରଥମ ଦିନରେ ହିଁ ଗ୍ରାହକଙ୍କୁ ଲାଗିଛି ବଡ଼ ଧକ୍କା। ଆଜି ଠାରୁ ପୁଣି ଏଲପିଜି ସିଲିଣ୍ଡର ଦର ବୃଦ୍ଧି ହୋଇଛି। ଆଜି ସକାଳେ ପେଟ୍ରୋଲିୟମ କମ୍ପାନୀଗୁଡ଼ିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ବଜେଟ୍‌ ପୂର୍ବରୁ ଆଜି ତୈଳ କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି। ଏଣିକି ବ୍ୟବସାୟିକ ସିଲିଣ୍ଡର ୧୪ ଟଙ୍କା ମହଙ୍ଗାରେ ମିଳିବ । ଗତ ମାସରେ ଏହାର ମୂଲ୍ୟ ୧.୫୦ ଟଙ୍କା ବୃଦ୍ଧି ପାଇଥିଲା। ଆଜିଠାରୁ ନୂଆ ମୂଲ୍ୟ କାର୍ଯ୍ୟକାରୀ ହୋଇଛି। ପ୍ରତିମାସ ୧ ତାରିଖରେ ଗ୍ୟାସର ଦର ମୂଲ୍ୟ ଧାର୍ଯ୍ୟ କରାଯାଇଥାଏ।ତେବେ ଶୀତ ଋତୁ ହେତୁ ଚାହିଦା ବୃଦ୍ଧି ପାଇଛି ଏବଂ ଆନ୍ତର୍ଜାତୀୟ ବଜାରରେ ମୂଲ୍ୟ ମଧ୍ୟ ପ୍ରଭାବିତ ହୋଇଛି । ତେବେ ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ।

୧୯ କିଲୋଗ୍ରାମ ବ୍ୟବସାୟିକ ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ମୁମ୍ବାଇରେ ୧୭୨୩.୫୦, କୋଲକାତାରେ ୧୮୮୭ ଓ ଚେନ୍ନାଇରେ ୧୯୩୭ ଟଙ୍କା ରହିଛି। ସେହିପରି ଦିଲ୍ଲୀରେ ୧୭୬୯.୫୦ ରହିଛି। ସେହିପରି ଅଲଗା ଅଲଗା ରାଜ୍ୟରେ ଅଲଗା ଦର ଧାର୍ଯ୍ୟ ହୋଇଛି।

Leave A Reply

Your email address will not be published.