Odisha Link
Bridging the Missing Links in Odisha

ଚିଲିରେ ଜଳୁଛି ଜଙ୍ଗଲ: ମୃତ୍ୟୁ ସଂଖ୍ୟା ୧୦୦ ପାର୍

ଓଏଲ୍‌ ବ୍ୟୁରୋ: ଚିଲିରେ ଭୟଙ୍କର ରୂପ ନେଉଛି ଜଙ୍ଗଲ ନିଆଁ। ବର୍ତ୍ତମାନ ସୁଦ୍ଧା ୧୧୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରରୁ ଅଧିକ ଘର ପୋଡି ପାଉଁଶ ହୋଇଯାଇଛି। ଶହଶହ ଲୋକ ନିଖୋଜ ହୋଇଯାଇଛନ୍ତି। ତେଣୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ଆଶଙ୍କା କରାଯାଉଛି।

ସୂଚନା ଅନୁସାରେ, କିଛି ଦିନ ହେବ ବଣରେ ଲାଗିଥିବା ନିଆଁ ଜଳି ଜଳି ପର୍ଯ୍ୟଟକମାନଙ୍କ ପ୍ରିୟ ଭିନା ଡେଲ୍‌ ମାର୍‌ ଓ ଭାଲ୍‌ପାରାଇଜୋ ନାମରେ ଦୁଇଟି ଉପକୂଳବର୍ତ୍ତୀ ନଗରୀ ନିକଟକୁ ମାଡ଼ି ଆସିଲାଣି। ଏହି ନଗରୀ ଦୁଇଟିରେ ଏକ ନିୟୁତରୁ ଅଧିକ ବାସିନ୍ଦା ଅଛନ୍ତି।

ଡ୍ରୋନ୍‌ଦ୍ବାରା ‘ରଏଟର୍ସ’ ଉତ୍ତୋଳନ କରିଥିବା ଭିଡିଓରେ ଦେଖାଯାଉଛି ଭିନା ଡେଲ୍‌ ମାର୍‌ ଅଞ୍ଚଳ ନିଆଁ ତାପରେ ଉତ୍ତପ୍ତ ହୋଇଯାଇଛି। ବାସିନ୍ଦାମାନେ ପୋଡ଼ି ପାଉଁଶ‌ ହୋଇଯାଇଥିବା ଘରୁ ଜିନିପତ୍ର ଖୋଜାଖୋଜି କରୁଛନ୍ତି। ରାସ୍ତାରେ ଗାଡ଼ିମୋଟର ସବୁ ପରିତ୍ୟକ୍ତ ଅବସ୍ଥାରେ ପଡ଼ିଛି। ଅଗ୍ନିକାଣ୍ଡରେ ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଅଞ୍ଚଳରେ ଚିଲି ସରକାରୀ କର୍ତ୍ତୃପକ୍ଷମାନେ ରାତି ୯ଟାରୁ କର୍ଫ୍ୟୁ ଜାରି କରିଛନ୍ତି।

Leave A Reply

Your email address will not be published.