Odisha Link
Bridging the Missing Links in Odisha

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆମ୍ବେଦକରଙ୍କ ନାଁରେ ନାମିତ ହେବ ବରମୁଣ୍ଡା ବସଷ୍ଟାଣ୍ଡ

ଓଏଲ୍‌ ବ୍ୟୁରୋ: ବରମୁଣ୍ଡା ବସଷ୍ଟାଣ୍ଡର ରୂପାନ୍ତରୀକରଣ କରାଯାଇଛି। ୧୫.୫ ଏକର ପରିମିତ ଜମିରେ ନିର୍ମିତ ଏହି ବସଷ୍ଟାଣ୍ଡ ଦୈନିକ ତିରିଶ ହଜାର ଯାତ୍ରୀଙ୍କ ପରିବହନର ମୁଖ୍ୟ ମାଧ୍ୟମ ହେବ। ଏହାକୁ ଦୃଷ୍ଟିରେ ରଖି ଏଠାରେ ଯାତ୍ରୀମାନଙ୍କ ପାଇଁ ବିଭିନ୍ନ ସୁବିଧା ସୁଯୋଗର ବିକାଶ କରାଯିବା ସହ ନିରାପତ୍ତା ପ୍ରତି ମଧ୍ୟ ସ୍ଵତନ୍ତ୍ର ଧ୍ୟାନ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ତେବେ ଏହି ବରମୁଣ୍ଡା ବସଷ୍ଟାଣ୍ଡର ରୂପାନ୍ତରୀକରଣ ହେବା ପରେ ଏହାର ନୂତନ ନାମ ମଧ୍ୟ ରଖାଯିବ ବୋଲି ନିଷ୍ପତି ନିଆଯାଇଛି।ଭାରତୀୟ ସମ୍ବିଧାନର ଜନକ ତଥା ସାମାଜିକ ନ୍ୟାୟର ମହାନ୍ ପ୍ରବକ୍ତା ଡକ୍ଟର ଆମ୍ବେଦକରଙ୍କ ନାମରେ ନାମିତ ହେବ ଭୁବନେଶ୍ଵର ବରମୁଣ୍ଡାର ନବନିର୍ମିତ ବସଷ୍ଟାଣ୍ଡ। ଏନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ପ୍ରକାଶ କରିବା ସହ ଡକ୍ଟର ଆମ୍ବେଦକରଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆଗକୁ ଲୋକାର୍ପଣ ହେବାକୁ ଥିବା ବରମୁଣ୍ଡା ବସଷ୍ଟାଣ୍ଡ ବାବା ସାହେବ ଭୀମ ରାଓ ଆମ୍ବେଦକର ବସ ଟର୍ମିନାଲ ଭାବରେ ପରିଚିତ ହେବ।

ଆମ୍ବେଦକରଙ୍କ ଦେଶ ଗଠନରେ ମହାନ୍ ଅବଦାନ ଓ ଆଦର୍ଶ ବିଷୟରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ବାବାସାହେବ ଆମ୍ବେଦକର ବସଷ୍ଟାଣ୍ଡରେ ୯୦୦ ବର୍ଗ ଫୁଟ ଅଞ୍ଚଳରେ ଏକ ସ୍ଵତନ୍ତ୍ର ଗ୍ୟାଲେରୀ ନିର୍ମାଣ କରାଯିବ। ଡିଜିଟାଲ ଜ୍ଞାନକୌଶଳ ବ୍ୟବହାର ଜରିଆରେ ଡକ୍ଟର ଆମ୍ବେଦକରଙ୍କ ଜୀବନୀ ଓ ଆଦର୍ଶକୁ ଏଠାରେ ସୁନ୍ଦର ଭାବରେ ଉପସ୍ଥାପିତ କରାଯିବ।

Leave A Reply

Your email address will not be published.