Odisha Link
Bridging the Missing Links in Odisha

ଅନେକ ଦଶନ୍ଧି ଧରି କଂଗ୍ରେସ ବିରୋଧୀ ହିଁ ରହିବ: ମୋଦି

ଓଏଲ୍‌ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଲୋକସଭାରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। ଏହି ସମୟରେ ସଂସଦରେ ନରେନ୍ଦ୍ର ମୋଦି କହିଛନ୍ତି ,ଭାରତ ବିଶ୍ୱର ତୃତୀୟ ବଡ଼ ଅର୍ଥନୀତି ହୋଇ କି ରହିବ। ଏହା ହେଉଛି ମୋଦିର ଗ୍ୟାରେଣ୍ଟି। ଏଥିସହିତ ବିରୋଧୀଙ୍କୁ କଡ଼ା ଟାର୍ଗେଟ କରିଛନ୍ତି ମୋଦି।

ନରେନ୍ଦ୍ର ମୋଦି ବିରୋଧୀ ଦଳକୁ ଟାର୍ଗେଟ କରି କହିଛନ୍ତି, ବିରୋଧୀ ଦୀର୍ଘ ଦିନ ହେବ ବିରୋଧୀ ହିଁ ରହିବେ। ଅନେକ ଦଶନ୍ଧି ଧରି କଂଗ୍ରେସ ବିରୋଧୀ ହିଁ ରହିବ। ବିରୋଧୀଙ୍କ ମଧ୍ୟରୁ ଅନେକ ନିର୍ବାଚନ ଲଢ଼ିବା ସାହସ ହରାଇଛନ୍ତି। କିଛି ଲୋକ ତ ସେହି ଡରରେ ରାଜ୍ୟସଭା ଯିବାକୁ ଚାହିଁଲେଣି। କଂଗ୍ରେସକୁ ଭଲ ବିରୋଧୀ ହେବାକୁ ୧୦ ବର୍ଷ ସୁଯୋଗ ମିଳିଲା। କିନ୍ତୁ ଏମିତି ସୁଯୋଗ ପାଇ ବି ସେମାନେ ବିଫଳ ହେଲେ। କେତେ ଦିନ ଆଉ ଦେଶକୁ ଭାଗ ଭାଗ କରିବ ବୋଲି କହି କଡା ଟାର୍ଗେଟ କରିଛନ୍ତି ମୋଦି।

ସେହପିରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ରାହୁଲ ଲଞ୍ଚ କରିବା ସମୟରେ କଂଗ୍ରେସ ଫେଲ୍‌ ହୋଇଗଲା। କଂଗ୍ରେସର ଦୋକାନରେ ତାଲା ପକାଇବା ପରିସ୍ଥିତି ଉପୁଜିଲାଣି। ବିଜେପି ଗୋଟିଏ ପରିବାରର ଦଳ ନୁହେଁ। ବିଜେପି କେବଳ ଅମିତ ଶାହ ଓ ରାଜନାଥ ସିଂହଙ୍କ ଦଳ ନୁହେଁ। କିନ୍ତୁ କଂଗ୍ରେସ ଏକ ପରିବାରର ଦଳ। କଂଗ୍ରେସ ଗୋଟିଏ ପରିବାରରେ ଜଡିତ। କଂଗ୍ରେସ ପରିବାର ବାହାରେ ଦେଖିପାରିବ ନାହିଁ। ଗୋଟିଏ ପ୍ରଡକ୍ଟ ଏମାନେ ବାରମ୍ବାର ଲଞ୍ଚ କରିବାକୁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.