Odisha Link
Bridging the Missing Links in Odisha

ଶରଦ ପାଓ୍ବାରଙ୍କ ହାତରୁ ଗଲା ଏନସିପି; ନିର୍ବାଚନରେ ପୁତୁରା ଅଜିତ ପାଓ୍ବାର ବ୍ୟବହାର କରିବେ ଦଳୀୟ ଚିହ୍ନ

ଓଏଲ୍‌ ବ୍ୟୁରୋ: ଏନ୍‌ସିପି କାହାର ? ଶରଦ ପାଓ୍ବାରଙ୍କର ନା ଅଜିତ ପାଓ୍ବାରଙ୍କର। ଏନେଇ ଆଜି ନିର୍ବାଚନ ଆୟୋଗ ଶୁଣାଇଛନ୍ତି ନିଷ୍ପତ୍ତି। ଦାଦା ପୁତୁରା କଳିରେ ପୁତୁରାର ବିଜୟ ହୋଇଛି। ନିର୍ବାଚନ ଆୟୋଗ କହିଛନ୍ତି ଯେ ଅଜିତ ପାଓ୍ବାର ଗୋଷ୍ଠୀ ଏନିସିପି ହିଁ ଅସଲ ଏନସିପି।

ନିର୍ବାଚନ ଆୟୋଗ କହିଛନ୍ତି, ସମସ୍ତ ପ୍ରମାଣକୁ ନଜରରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।ଏବେ ଅଜିତ ପାୱାର ଗୋଷ୍ଠୀ ଏନସିପିର ନାମ ଓ ନିର୍ବାଚନୀ ଚିହ୍ନ ବ୍ୟବହାର କରିପାରିବେ।ଏହାସହ ନୂଆ ପାର୍ଟି ଗଠନ କରିବାକୁ ଶରଦ ପାୱାର ଗୋଷ୍ଠୀକୁ ୩ଟି ନାମ ଦେବାକୁ ନିର୍ବାଚନ ଆୟୋଗ କହିଛନ୍ତି।ଏହି ନାମ ବୁଧବାର ଅପରାହ୍ନ ୪ଟା ସୁଦ୍ଧା ଦେବାକୁ ପଡିବ ବୋଲି ଆୟୋଗ କହିଛନ୍ତି।

ସୂଚନାଥାଉକି, ୬ମାସରୁ ଅଧିକ ସମୟ ଧରି ଚାଲିଥିବା ଏହି ମାମଲା ଉପରେ ୧୦ ରୁ ଅଧିକ ଥର ଶୁଣାଣି ହୋଇଛି । ଏହାପରେ ଆଜି ଶେଷ ନିଷ୍ପତ୍ତି ଶୁଣାଇଛନ୍ତି ନିର୍ବାଚନ ଆୟୋଗ। ନିର୍ବାଚନ ପ୍ରସ୍ତୁତି ସମସ୍ତ ଦଳ ଆରମ୍ଭ କରିଥିବା ବେଳେ ଶରଦ ପାଓ୍ବାର ଗୋଷ୍ଠୀଙ୍କୁ ଲାଗିଛି ବଡ଼ ଝଟକା। ଲୋକସଭା ନିର୍ବାଚନ ପୂର୍ବରୁ ଶରଦଙ୍କ ପାଖରେ ଆଉ ରହି ନାହିଁ ତାଙ୍କ ପ୍ରତିଷ୍ଠିତ ଦଳ ଏନସିପି।

Leave A Reply

Your email address will not be published.