Odisha Link
Bridging the Missing Links in Odisha

ଏଣିକି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଲିକ୍‌ କଲେ ମିଳିବ କଠୋର ଦଣ୍ଡ; ଲୋକସଭାରେ ବିଲ ପାସ୍‌

ଓଏଲ୍‌ ବ୍ୟୁରୋ: ଲୋକସଭାରେ ପାସ ହେଲା ପ୍ରଶ୍ନପତ୍ର ଲିକ୍‌ ରୋକିବାକୁ ସରକାର ଆଣିଥିବା ବିଲ୍। Public Examinations (Prevention of Unfair Means) ବିଲ୍‌ ଆଜି ଲୋକସଭାରେ ପାରିତ ହେବା ପରେ ଆସନ୍ତାକାଲି ରାଜ୍ୟସଭାରେ ଉପସ୍ଥାପନ ହେବ। ରାଜ୍ୟସଭାରେ ଏହା ପାରିତ ହୋଇଗଲେ ରାଷ୍ଟ୍ରପତି ଦୌପଦୀ ମୁର୍ମୁଙ୍କ ପାଖକୁ ଯିବ। ସେ ମୋହର ମାରିବା କ୍ଷଣି ପେପର ଲିକ ଓ ପରୀକ୍ଷାରେ ହେଉଥିବା ହେରଫେରକୁ ରୋକିବା ପାଇଁ ଆସିଥିବା ବିଲ ଆଇନରେ ପରିଣତ ହୋଇଯିବ।

ଏହି ବିଲ୍‌ ପାରିତ ହେଲେ ବିଭିନ୍ନ ସରକାରୀ ପ୍ରବେଶିକା ପରୀକ୍ଷା ପୂର୍ବରୁ ହେଉଥିବା ପ୍ରଶ୍ନପତ୍ର ଲିକ୍‌ ଉପରେ ରାଗିବ ରୋକ। ବିଲ୍‌ ଦ୍ୱାରା ସ୍ୱଚ୍ଛତା ଓ ନିରପେକ୍ଷତା ସହ ପରୀକ୍ଷା ଦେଉଥିବା ପିଲାଙ୍କର କୌଣସି ପ୍ରକାରର ଅସୁବିଧା ହେବ ନାହିଁ। କିନ୍ତୁ ଯେଉଁମାନେ ପେପର ଲିକ କରିବେ କିମ୍ବା ଉତ୍ତର ଖାତାରେ ହେରଫେର କରିବେ, ସେମାନଙ୍କୁ ୧୦ ବର୍ଷ ଯାଏ ଜେଲ ସହ ୧ କୋଟି ଟଙ୍କାର ଜୋରିମାନା ଦେବାକୁ ପଡ଼ିବ।

ଲୋକସଭାରେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ବିଲ ଉପସ୍ଥାପନ କରି କହିଛନ୍ତି ଯେ ପ୍ରଶ୍ନପତ୍ର କିମ୍ବା ଉତ୍ତରଖାତା ଲିକ କରିବା, ପରୋକ୍ଷ କିମ୍ବା ପ୍ରତ୍ୟେକ୍ଷ ଭାବେ ଜଣେ ପରୀକ୍ଷାର୍ଥୀଙ୍କୁ ବେଆଇନ ଭାବେ ସହଯଗୋ କରିବା କିମ୍ବା ପରୀକ୍ଷାରେ ହେରଫେର କରିବା ଆଦିକୁ ବିଲରେ ଅପରାଧ ଭାବେ ବିବେଚନା କରାଯାଇଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ପରୀକ୍ଷା ସହ ଜଡ଼ିତ ସମସ୍ତ ଅପରାଧକୁ ଜାମିନ ବିହୀନ ଓ କେବଳ ଜୋରିମାନାହୀନ କରାଯାଇଛି। ଏହାର ଅର୍ଥ ପୁଲିସ୍‌ ନିଜ ଇଚ୍ଛା ଅନୁସାରେ ବିନା ୱାରେଣ୍ଟରେ ସନ୍ଦିଗ୍ଧଙ୍କୁ ଗିରଫ କରିପାରିବ। ଅଭିଯୁକ୍ତଙ୍କୁ ଜାମିନ ମିଳିବ ନାହିଁ। ସେହିପରି ଅପରାଧକୁ ବୁଝାମଣା କରି ରଫାଦଫା କରାଯାଇ ପାରିବ ନାହିଁ ବୋଲି ବିଲରେ ବ୍ୟବସ୍ଥା କରାଯାଇଛି।

ୟୁପିଏସ୍‌ସି, ଏସ୍‌ଏସସି, ରେଳବାଇ, ଆଇବିପିଏ ଓ ଏନଟିଏ ଭଳି ପ୍ରବେଶିକା ପରୀକ୍ଷା ପାଇଁ ଲାଗୁ ହେବ। ସବୁଠୁ ବଡ଼କଥା ହେଲା ଯେ ପରୀକ୍ଷା ସହ ଜଡ଼ିତ ହେରଫେର ଘଟଣାର ତଦନ୍ତ ଡିଏସ୍‌ପି, ଏସିପି ପ୍ୟାହ କିମ୍ବା ତା’ ଠାରୁ ଅଧିକ ରାଙ୍କର ଅଧିକାରୀମାନେ ହିଁ ତଦନ୍ତ କରିପାରିବେ। କୌଣସି କନିଷ୍ଠ ରାଙ୍କର ଅଧିକାରୀଙ୍କୁ ତଦନ୍ତ ଦାୟିତ୍ୱ ମିଳିବ ନାହିଁ।

Leave A Reply

Your email address will not be published.