Odisha Link
Bridging the Missing Links in Odisha

ହାଇକୋର୍ଟଙ୍କ ନିର୍ଦ୍ଦେଶ: ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହେବେ ସରପଞ୍ଚ

ଓଏଲ୍‌ ବ୍ୟୁରୋ: ରାଜ୍ୟ ସରକାରଙ୍କ ପକ୍ଷରୁ ଆମ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ରାଜ୍ୟର ବିଭିନ୍ନ ସ୍ଥାନରେ ଜାରି ରହିଛି। ତେବେ ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ନେଇ ସରପଞ୍ଚ ଓ ଜନପ୍ରତିନିଧି କୋର୍ଟରେ ଆବେଦନ କରିଥିଲେ। ଏହି ମାମଲାକୁ ନେଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ସରପଞ୍ଚ ଓ ଜନପ୍ରତିନିଧି ସାମିଲ ହେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନା ଅନୁସାରେ, ଆମ ଓଡ଼ିଶା ନବୀନ ଓଡ଼ିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ଦିଆଯାଉଛି। ବିଡିଓଙ୍କ ଜରିଆରେ ଏହି ଯୋଜନା କାର୍ଯ୍ୟକାରୀ ହେଉଛି। ତେବେ ଏହି ଯୋଜନାରେ ସାମିଲ ହେବାକୁ ସରପଞ୍ଚ ଓ ଜନପ୍ରତିନିଧି ଆବେଦନ କରିଥିଲେ। ଏହା ପରେ ହାଇକୋର୍ଟ ଏହି ମାମଲାର ଶୁଣାଣି କରି କାର୍ଯ୍ୟକ୍ରମରେ ସରପଞ୍ଚ ଓ ଜନପ୍ରତିନିଧି ସାମିଲ ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.