Odisha Link
Bridging the Missing Links in Odisha

ଶଙ୍ଖ ଭବନରେ ମିଶ୍ରଣ ପର୍ବ; ବିଜେଡିରେ ଯୋଗଦେଲେ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ

ଓଏଲ୍‌ ବ୍ୟୁରୋ: ଆଗକୁ ସାଧାରଣ ନିର୍ବାଚନ ଥିବାବେଳେ ନେତାଙ୍କ ଦଳ ଡିଆଁ ପର୍ବ ଆରମ୍ଭ ହୋଇଯାଇଛି। ଶଙ୍ଖ ଭବନରେ ବିଜେଡି ମିଶ୍ରଣ ପର୍ବ ହୋଇଛି। ଏହି ପର୍ବରେ ବିଜେଡିରେ ବିଜେପି ଓ କଂଗ୍ରେସର ବହୁ କର୍ମୀ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ବିକାଶ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସାମିଲ ହୋଇଥିବା କହିଛନ୍ତି।

ସୂଚନା ଅନୁସାରେ, ଗତ ନଭେମ୍ବରରେ କୋରାପୁଟର ତ୍ରିପୁରାରୀ ଗରଡ଼ାଙ୍କ ସହ ଅନେକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ସାଂସଦ ମାନସ ମଙ୍ଗରାଜଙ୍କ ଉପସ୍ଥିତିରେ ବିଜେପି ଛାଡ଼ି ଅନେକ କର୍ମୀ ବିଜେଡିରେ ସାମିଲ ହୋଇଥିଲେ। ତ୍ରିପୁରାରୀ ୨୦୧୯ରେ ବିଜେପିରେ ଯୋଗ ଦେଇ ତ୍ରିପୁରାରୀ ଗରଡ଼ା ପ୍ରାର୍ଥୀ ହୋଇଥିଲେ।

Leave A Reply

Your email address will not be published.