Odisha Link
Bridging the Missing Links in Odisha

ଲଗାତାର ଷଷ୍ଠ ଥର ପାଇଁ ଅପରିବର୍ତ୍ତିତ ରହିଲା ରେପୋ ରେଟ୍

ଓଏଲ୍‌ ବ୍ୟୁରୋ: ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ସୂଚନା ପ୍ରକାଶ ପାଇଛି। ଯାହାପରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ମିଳିଛି। ରେପୋ ରେଟ୍ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ଅପରିବର୍ତ୍ତିତ ରହିଲା ରେପୋ ରେଟ୍। ରେପୋ ରେଟ୍ ପରିବର୍ତନ ନହେବାରୁ ଇଏମଆଇ ମଧ୍ୟ ବୃଦ୍ଧି ପାଇବନି ବୋଲି ସୂଚନା ମିଳିଛି। ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି। ଷଷ୍ଠ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରହିଲା।

ସୂଚନା ଅନୁସାରେ, ପୂର୍ବ ମାସରେ ମଧ୍ୟରେ ରେପୋ ରେଟ୍ ବୃଦ୍ଧି ପାଇବାର ଆଶଙ୍କା ଥିବାବେଳେ ଏହା ଅପରିବର୍ତ୍ତିତ ରଖିବାକୁ ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷଣା କରାଯାଇଥିଲା। ଯାହା ଗ୍ରାହକଙ୍କ ପାଇଁ ଖୁସି ଖବର ପାଲଟିଥିଲା। ରେପୋ ହାରକୁ ୬.୫ ପ୍ରତିଶତରେ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଥିବା ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିବା ପରେ ଗ୍ରାହକମାନଙ୍କୁ ଆଶ୍ୱସ୍ତି ମିଳିଛି।

Leave A Reply

Your email address will not be published.