Odisha Link
Bridging the Missing Links in Odisha

ଆଜି ବିଧାନସଭା ଅଧିବେଶନର ଶେଷ ଦିନ; ପାରିତ ହେବ ବ୍ୟୟ ମଞ୍ଜୁର ବିଲ୍

ଓଏଲ୍‌ ବ୍ୟୁରୋ: ଆଜି ବିଧାନସଭା ବଜେଟ ଅଧିବେଶନର ଶେଷ ଦିନ। ଗୃହ ବେଶ୍ ସରଗରମ ରହିବା ଆଶା କରାଯାଉଥିବାବେଳେ ଗୃହ କାର୍ଯ୍ୟ ଆରମ୍ଭ ହୋଇଛି। ଆଜି କାମଚଳା ବଜେଟକୁ ଲେଖାନୁଦାନ ମିଳିବ। ଗତକାଲି ଆଗତ ହୋଇଥିଲା କାମଚଳା ବଜେଟ। ଏପ୍ରିଲରୁ ୪ମାସ ପାଇଁ ୧ଲକ୍ଷ୧୮ ହଜାର କୋଟି ଲେଖାନୁଦାନ ମିଳିବ।

ଆଜି ପ୍ରଶ୍ନକାଳରେ ଶିଳ୍ପ, ଶକ୍ତି, ବୟନଶିଳ୍ପ, ମହିଳା ଶିଶୁ ବିକାଶ ବିଭାଗ ରହିଛି। ଏହା ସହ ଅର୍ଥମନ୍ତ୍ରୀ ଆଗତ କରିଥିବା ବଜେଟ ଆଲୋଚନା ଆରମ୍ଭ ହେବ। ଅପରାହ୍ନରେ ସମସ୍ତ ବିଧାୟକଙ୍କର ଏକ ଫଟୋ ସେସନ କରାଯିବ। ତେବେ ନିର୍ବାଚନ ପୂର୍ବରୁ ଏହା ଶେଷ ଅଧିବେଶନ ହୋଇଥିବାବେଳେ ଗୃହ ବେଶ୍ ସରଗରମ ରହିଛି।

Leave A Reply

Your email address will not be published.