Odisha Link
Bridging the Missing Links in Odisha

ଆଜି ତ୍ରିବେଣୀ ଅମାବାସ୍ୟା; ମା’ ବିରଜାଙ୍କ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ଼

ଓଏଲ୍ ବ୍ୟୁରୋ: ଆଜି ତ୍ରିବେଣୀ ଅମାବାସ୍ୟା। ପବିତ୍ର ତ୍ରିବେଣୀ ଅମାବାସ୍ୟା ଅବସରରେ ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଉତ୍ସବ ପାଳନ ହେଉଛି। ଏଥିପାଇଁ ଚଳଚଞ୍ଚଳ ହୋଇଛି ମା’ଙ୍କ ପୀଠ। ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଜନ୍ମଦିନ ଉପଲକ୍ଷେ ମନ୍ଦିରରେ ମାଆଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା କରାଯାଉଛି।

ମା’ ବିରଜାଙ୍କୁ ଦର୍ଶନ କରିବା ପାଇଁ ସକାଳୁ ସକାଳୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଏହା ସହ ପ୍ରୟାଗରାଜରେ ମଧ୍ୟ ଶ୍ରଦ୍ଧାଳୁ ମାନେ ଗଙ୍ଗା ନଦୀରେ ବୁଡ଼ ପକାଇବା ପାଇଁ ଭିଡ଼ ଲଗାଇଛନ୍ତିି। ପରମ୍ପରା ଅନୁଯାୟୀ ସମସ୍ତ କାର୍ଯ୍ୟ ସ୍ଥିର କରାଯାଇଥିବା ବେଳେ ସାଧାରଣ ଭକ୍ତଙ୍କ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ନାନ ପରେ ମା ସାବିତ୍ରୀ ବେଶରେ ଶ୍ରଦ୍ଧାଳୁଙ୍କ ଦର୍ଶନ ଦେବେ। ପରେ ସିଂହାସନ ଉପରେ ଷୋଡଶୋପଚାର ପୂଜାବିଧି କରାଯିବ।

Leave A Reply

Your email address will not be published.