Odisha Link
Bridging the Missing Links in Odisha

ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ; ଶ୍ରୀପଞ୍ଚମୀ ଦିନ ହେବ ଅନୁକୂଳ

ଓଏଲ୍ ବ୍ୟୁରୋ: ରଥଯାତ୍ରା ପାଇଁ ପୁରୀକୁ ଗଲା ପ୍ରଥମ ପର୍ଯ୍ୟାୟ ରଥକାଠ। ନୟାଗଡରୁ ବିଧି ଅନୁସାରେ ପୁରୀକୁ ଶ୍ରୀକ୍ଷେତ୍ରକୁ ରଥଯାତ୍ରା ପାଇଁ ରଥକାଠ ପଠାଯାଇଛି। ଦଶପଲ୍ଲା ମହାବୀର ମନ୍ଦିରରେ ପୂଜାର୍ଚ୍ଚନା ପରେ ଏହି ରଥକାଠ ରଥନିର୍ମାଣ ପାଇଁ ଶ୍ରୀମନ୍ଦିରକୁ ପଠାଯାଇଛି। ବଡ଼ଦେଉଳକୁ ପ୍ରଥମ ପର୍ଯ୍ୟାୟରେ ୩ଟି ଟ୍ରକ୍‌ ଯୋଗେ ଶ୍ରୀମନ୍ଦିରକୁ ଆସୁଛି ୧୦୨ ଖଣ୍ଡ ରଥକାଠ। ୫୦ ଖଣ୍ଡ ଅସନ ଓ ଧଉରା କାଠ ୫୨ ଖଣ୍ଡ ରହିଛି। ବିଧି ଅନୁଯାୟୀ ଶ୍ରୀପଞ୍ଚମୀ ଦିନ ରଥକାଠ ଅନୁକୂଳ ହେବ। ଏଥିପାଇଁ ପ୍ରଥମ ପର୍ଯ୍ୟାୟ କାଠ ପଠାଯାଇଛି।

Leave A Reply

Your email address will not be published.