Odisha Link
Bridging the Missing Links in Odisha

ଏଥର ନିର୍ବାଚନ ଲଢ଼ିବିନି: ପାଣ୍ଡିଆନ

ଓଏଲ୍‌ ବ୍ୟୁରୋ: ଭାରତୀୟ ପ୍ରଶାସନିକ ସେବାରୁ ସ୍ବେଚ୍ଛାକୃତ ଅବସର ନେଇ ରାଜ୍ୟର ଉନ୍ନତିରେ ଲାଗିପଡିଛନ୍ତି ୫ଟି-ଅଧ୍ୟକ୍ଷ। ଆଗାମୀ ନିର୍ବାଚନରେ ସେ ଲଢ଼ିବେ ନା ନାହିଁ ଚର୍ଚ୍ଚା ହେଉଥିବାବେଳେ ଏନେଇ ସ୍ପଷ୍ଟୀକରଣ ରଖିଛନ୍ତି। ଜାତୀୟ ଖବର ସରବରାହ ସଂସ୍ଥା ANIକୁ ପ୍ରଥମଥର ଭି.କେ ପାଣ୍ଡିଆନ ସାକ୍ଷାତକାର ମାଧ୍ୟମରେ କହିଛନ୍ତି, ୨୦୨୪ ବିଧାନସଭା ନିର୍ବାଚନ ଲଢ଼ିବେ ନାହିଁ। ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ପ୍ରଭାବିତ ହୋଇ କାର୍ଯ୍ୟ ଜାରି ରଖିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛନ୍ତି। ଶ୍ରୀମନ୍ଦିର ଇତିହାସରେ ଗତ ୫ ଶହ ବର୍ଷ ମଧ୍ୟରେ ଯାହା ହୋଇନଥିଲା ତାହା ପରିକ୍ରମା ପ୍ରକଳ୍ପ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରିଛନ୍ତି।

ବିଜେପି, କଂଗ୍ରେସକୁ ନେଇ ସେ ଆହୁରି ମଧ୍ୟ କହିଛନ୍ତି, ରାଜ୍ୟରେ କଂଗ୍ରେସ କିମ୍ବା ବିଜେପି ସହ କୌଣସି ବୁଝାମଣା ନାହିଁ। ନବୀନ କେନ୍ଦ୍ର ବିରୋଧରେ କି ସପକ୍ଷରେ ନୁହନ୍ତି ବଂର କେନ୍ଦ୍ର-ରାଜ୍ୟ ଗଠନମୂଳକ ସମ୍ପର୍କ ମଧ୍ୟରେ ରାଜ୍ୟରେ ପ୍ରଗତି ଚାହାନ୍ତି। ରାଜ୍ୟର ବିକାଶ ହିଁ ନବୀନଙ୍କ ଫର୍ମୁଲା। ସେହିପରି ସେ ତାଙ୍କ ଦୀର୍ଘ ପ୍ରଶାସକ ଜୀବନରେ ନବୀନ ପଟ୍ଟନାୟକଙ୍କ ସହ କାମ କରିବାର ଅନୁଭବ ମଧ୍ୟ ସେୟାର କରିଛନ୍ତି, ନବୀନ ଜଣେ ସଫଳ ଓ ଦୂରଦୃଷ୍ଟି ମୁଖ୍ୟମନ୍ତ୍ରୀ। ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ଖାଦ୍ୟ ସୁରକ୍ଷା ପର୍ଯ୍ୟନ୍ତ ସମସ୍ତ କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଫଳ ବୋଲି କହିଛନ୍ତି ପାଣ୍ଡିଆନ୍। ଜନସେବା ପାଇଁ ଚାକିରି ଛାଡ଼ିଛନ୍ତି ଓ ଆଗକୁ ମଧ୍ଯ ଜନସେବାରେ ନିଜକୁ ସମର୍ପିତ କରିବେ ବୋଲି ସେ କହିଛନ୍ତି।

Leave A Reply

Your email address will not be published.