Odisha Link
Bridging the Missing Links in Odisha

ନୂଆ-ଓ ଛାତ୍ରବୃତ୍ତି: କେଉଁମାନଙ୍କୁ ମିଳିବ ୧୧ ହଜାର ଟଙ୍କା, ଜାଣନ୍ତୁ

ଓଏଲ୍ ବ୍ୟୁରୋ: ଯାଜପୁର ଗସ୍ତରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ। ଯାଜପୁର ଗସ୍ତରେ ଯାଇ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ଛାତ୍ରଛାତ୍ରୀଙ୍କୁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଭବିଷ୍ୟତ ପାଇଁ ସଫଳତାର ଟିପ୍ସ ଦେଉଛନ୍ତି। ଏହି ଅବସରରେ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ଏକ ବଡ଼ ଘୋଷଣା କରି କହିଛନ୍ତି, ପ୍ରତିବର୍ଷ ଯୁକ୍ତ ୩ ଓ ପିଜି ପିଲାଙ୍କୁ ମିଳିବ ଛାତ୍ରବୃତ୍ତି। ପାଖାପାଖି ସାଢେ ୪ ଲକ୍ଷ +୩ ପିଲା ଏହି ଛାତ୍ରବୃତ୍ତି ପାଇବେ।

ଏହା ସହ ପାଖାପାଖି ୩୫ ହଜାର ପିଜି ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବ। ଛାତ୍ରୀଙ୍କୁ ୧୦୦୦୦ ଏବଂ ଛାତ୍ରଙ୍କୁ ୯୦୦୦ ପ୍ରତିବର୍ଷ ଛାତ୍ରବୃତ୍ତି ମିଳିବ। ଚଳିତ ମାସ ୨୦ରୁ ୨୫ ତାରିଖ ଭିତରେ ଆକାଉଣ୍ଟକୁ ଟଙ୍କା ଦିଆଯିବ। ଏସସି ଏବଂ ଏସଟି ଓ ନିର୍ମାଣ ଶ୍ରମିକ ଯୋଜନା ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀଙ୍କୁ ୧୧୦୦୦ ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତିକୁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପ୍ରଶଂସା କରିଛନ୍ତି।

ସେହିପରି ଛାତ୍ରଛାତ୍ରୀଙ୍କୁ ମିଳିବ ନୂଆ-ଓ ମ୍ୟାଜିକ କାର୍ଡ। ଆସନ୍ତା ଅଗଷ୍ଟ ୧୫ ତାରିଖରେ ମିଳିବ ଏହି ମ୍ୟାଜିକ କାର୍ଡ। କୌଣସି ସ୍ଥାନକୁ ଯାତ୍ରା କରୁଥିଲେ ଏହି କାର୍ଡରେ ଛାତ୍ରଛାତ୍ରୀଙ୍କୁ ରିହାତି ସୁବିଧା ମିଳିବ। ଏହି କାର୍ଡରେ ବିଭିନ୍ନ ୱାଇଫାଇ ପଏଣ୍ଟରେ ଇଣ୍ଟରନେଟ ସୁବିଧା ପାଇପାରିବେ। ବିଭିନ୍ନ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ଏହାର ଡାଟାବେସ୍ ଏହି କାର୍ଡରେ ମିଳିବ। ପରୀକ୍ଷା ଫଳ, ଉପସ୍ଥାନର ପୂରା ତଥ୍ୟ ମଧ୍ୟ ଏହି କାର୍ଡରେ ରହିବ। ଏହି କାର୍ଡକୁ ବିଭିନ୍ନ କମ୍ପାନିକୁ ଦିଆଯିବ। ଯିଏ ଯେଉଁ କ୍ଷେତ୍ରରେ ପାରଦର୍ଶୀ ଥିବେ ସେହି କ୍ଷେତ୍ରର କମ୍ପାନି ଗୁଡିକ ଡାଟାବେସ୍ ଅନୁଯାୟୀ ନିଯୁକ୍ତି ଦେବେ।

Leave A Reply

Your email address will not be published.