ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ: ଭିସିରେ ଯୋଡ଼ି ହେଲେ ନୀତିନ ଗଡ଼କରୀ

ଓଏଲ୍ ବ୍ୟୁରୋ: ପୁରୀ ସିଦ୍ଧମହାବୀର ରେଳ ଓଭରବ୍ରିଜର ଶିଳାନ୍ୟାସ ହୋଇଛି। ଏଥିରେ ସାମିଲ ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଭର୍ଚୁଆଲ ମୋଡରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ବ୍ୟକ୍ତିଗତ କାରଣ ପାଇଁ ତାଙ୍କ ପୁରୀ ଗସ୍ତ ବାତିଲ ହେବା ପରେ ଭର୍ଚୁଆଲରେ ଯୋଡି ହୋଇଥିଲେ। ୬ ହଜାର ୬ଶହ କୋଟି ଟଙ୍କା ପୁଞ୍ଜିନିବେଶରେ ମୋଟ୍ ୨୮ଟି ଏନଏଚ୍ ପ୍ରକଳ୍ପର ଭୂମିପୂଜା ଓ ଲୋକାର୍ପଣ କାର୍ଯ୍ୟକ୍ରମ ରହିଛି। ଏନଏଚ୍-୧୬ର ଚଣ୍ଡିଖୋଲରୁ ଭଦ୍ରକ ଯାଏଁ ୬ ଲେନ୍ ରାସ୍ତା, ଏନ୍ଏଚ୍-୪୯ର ବାହାରଗୋଡା-ସଙ୍ଘରା ଯାଏଁ ୪ ଲେନ୍ ଜାତୀୟ ରାଜପଥ ପ୍ରକଳ୍ପ ଲୋକାର୍ପିତ ହେବ।