Odisha Link
Bridging the Missing Links in Odisha

ଆଗକୁ ନିର୍ବାଚନ; ଶଙ୍ଖ ଭବନରେ ମିଶ୍ରଣ ପର୍ବ

ଓଏଲ୍‌ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ଏସବୁ ଭିତରେ ନେତା ମାନଙ୍କ ଦଳ ଡିଆଁ ପର୍ବ ମଧ୍ୟରେ ଶଙ୍ଖ ଭବନରେ ମିଶ୍ରଣ ପର୍ବ ହୋଇଛି। ଏହି ଅବସରରେ ବିଜେଡିରେ ମିଶିଲେ ଡକ୍ଟର ଅବିନାଶ ସାମଲ। ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣୀତ ହୋଇ ବିଜେଡିରେ ମିଶିଥିବା ସେ କହିଛନ୍ତି।