ଖଣ୍ଡଗିରି ଟ୍ରିପଲ ମର୍ଡର ଘଟଣା: ୧୦ ବର୍ଷ ପରେ ଦଣ୍ଡିତ ହେଲା ଦୋଷୀ

ଓଏଲ୍ ବ୍ୟୁରୋ: ଭୁବନେଶ୍ୱର ଖଣ୍ଡଗିରି ୨୦୧୪ରେ ଟ୍ରିପଲ ମର୍ଡର ଘଟଣା ସାମ୍ନାକୁ ଆସିଥିଲା। ଦୋଷୀ ସ୍ନେହସ୍ୱାକ୍ଷର ସାମଲକୁ ଆଜୀବନ ସଜା ଦେଲେ ଏଡିଜେ-୧। ଘଟଣାର ୧୦ ବର୍ଷ ପରେ ଦୋଷୀକୁ କୋର୍ଟ ଦଣ୍ଡାଦେଶ ଦେଇଛନ୍ତି। ୨୦୧୪ରେ ଡାକ୍ତରଙ୍କ ଘରେ ପଶି ୩ ଜଣକୁ ଦୋଷୀ ସ୍ନେହସ୍ୱାକ୍ଷର ସାମଲ ହତ୍ୟା କରିଥିଲା।
୨୦୧୪ରେ ଡାକ୍ତରଙ୍କ ଘରେ ପଶି ଡା. ଅତୁଲ୍ୟ ମେହେର, ତାଙ୍କ କେୟାରଟେକର ଓ ଜଣେ ନାବାଳକକୁ ମାରିଥିଲା। ପୂର୍ବ ଶତ୍ରୁତାକୁ ନେଇ ଅତି ବୀଭତ୍ସ ଭାବେ ୩ ଜଣଙ୍କୁ ହତ୍ୟା କରିଥିଲା। ତେବେ ଏହି ମାମଲାକୁ ନେଇ ଆଜି ଦୋଷୀ ସ୍ନେହସ୍ୱାକ୍ଷର ସାମଲକୁ ଏଡିଜେ-୧ କୋର୍ଟ ଆଜୀବନ ସଜା ଶୁଣାଇଛନ୍ତି।