Odisha Link
Bridging the Missing Links in Odisha

ମାର୍ଚ୍ଚ ୨୨ରୁ ଆଇପିଏଲ୍‌ ମହାସମର; ଚେନ୍ନାଇ-ବାଙ୍ଗାଲୋର ଲଢ଼େଇରୁ ଆରମ୍ଭ, ଏଥର ୨ଟି ପର୍ଯ୍ୟାୟରେ

ଓଏଲ୍‌ ବ୍ୟୁରୋ: ବାଜିଲା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍) ବିଗୁଲ। ୧୭ ତମ ଆଇପିଏଲ୍‌ ସଂସ୍କରଣକୁ ନେଇ ଆସିଲା ବଡ଼ ଅପଡେଟ୍‌। ଚଳିତ ଥର ଆଇପିଏଲ୍‌ ଦୁଇଟି ପର୍ଯ୍ୟାୟରେ ଖେଳାଯିବ। ଚଳିତ ସଂସ୍କରରଣର ପ୍ରଥମ ୨୧ଟି ମ୍ୟାଚ୍‌ ପାଇଁ ଆଜି ଜାରି ହୋଇଛି କ୍ରୀଡା ସୂଚୀ। ମାର୍ଚ୍ଚ ୨୨ ତାରିଖରୁ ଆରମ୍ଭ ହେବ ଆଇପିଏଲ୍‌।

ଆଇପିଏଲ୍‌ର ପ୍ରଥମ ମ୍ୟାଚ ଡିଫେଣ୍ଡିଂ ଚାମ୍ପିୟନ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ଓ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯିବ। ମାର୍ଚ୍ଚ ୨୨ରେ ଏମ ଚଦାମ୍ବରମ ଷ୍ଟାଡିୟମରେ ଆଇପିଏଲ ୨୦୨୪ର ପ୍ରଥମ ମ୍ୟାଚ୍‌ ଅନୁଷ୍ଠିତ ହେବ।

ତେବେ ୧୫ଦିନରେ ୨୧ଟି ମ୍ୟାଚ୍‌ ଖେଳାଯିବ। ୨୨ ତାରିଖରୁ ଆଇପିଏଲ ଆରମ୍ଭ ହେଉଥିବା ବେଳେ ୨୩ ତାରିଖରେ ଦୁଇଟି ମ୍ୟାଚ୍‌ ଖେଳାଯିବ। ପ୍ରଥମେ ପଞ୍ଜାବ କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ମୋହାଲିରେ ମୁହାଁମୁହିଁ ହେବେ। ଏହି ମ୍ୟାଚ୍‌ଟି ଦିନ ୩.୩୦ରେ ଆରମ୍ଭ ହେବ। ସେହିପରି ସନ୍ଧ୍ୟା ୭.୩୦ରେ କୋଲକାତା ନାଇଟ ରାଇଡର୍ସ ଓ ସନ ରାଇଜର୍ସ ହାଇଦ୍ରାବାଦ ମ୍ୟାଚ୍‌ ଖେଳିବେ।ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମ ଦୁଇ ସପ୍ତାହ ମଧ୍ୟରେ କୌଣସି ମ୍ୟାଚ୍‌ର ହୋଷ୍ଟ କରିବ ନାହିଁ। ଅରୁଣ ଜେଟଲୀ ଷ୍ଟାଡିୟମ ବର୍ତ୍ତମାନ WPL ମ୍ୟାଚ୍‌ଗୁଡ଼ିକ ପାଇଁ ପ୍ରସ୍ତୁତ ହୋଇ ରହିଛି। ମାର୍ଚ୍ଚ ୧୭ରେ WPLର ଫାଇନାଲ ମ୍ୟାଚ୍‌ ମଧ୍ୟ ଦିଲ୍ଲୀରେ ଖେଳାଯିବ। ଫାଇନାଲ ଶେଷ ହେବା ପରେ ଆଇପିଏଲ ପାଇଁ ଷ୍ଟାଡିୟମକୁ ପ୍ରସ୍ତୁତ କରାଯିବ।

ପ୍ରଥମ ୨୧ ମ୍ୟାଚ୍‌ ସୂଚୀ:

ମାର୍ଚ୍ଚ ୨୨: ଚେନ୍ନାଇ ବନାମ ଆରସିବି – ଚେନ୍ନାଇ(୭.୩୦)
ମାର୍ଚ୍ଚ ୨୩ : ପଞ୍ଜାବ ବନାମ ଦିଲ୍ଲୀ – ମୋହାଲି (୩.୩୦)
କେକେଆର ବନାମ ହାଇଦ୍ରାବାଦ – କୋଲକାତା (୭.୩୦)
ମାର୍ଚ୍ଚ ୨୪ : ରାଜସ୍ଥାନ ବନାମ ଲକ୍ଷ୍ନୌ – ଜୟପୁର (୩.୩୦)
ଗୁଜରାଟ ବନାମ ମୁମ୍ବାଇ ଇଣ୍ଡିଆନ୍ସ – ଅହମଦାବାଦ (୭.୩୦)
ମାର୍ଚ୍ଚ ୨୫ : ଆରସିବି ବନାମ ପଞ୍ଜାବ – ବେଙ୍ଗାଲୁରୁ (୭.୩୦)
ମାର୍ଚ୍ଚ ୨୬ : ଚେନ୍ନାଇ ବନାମ ଗୁଜରାଟ – ଚେନ୍ନାଇ (୭.୩୦)
ମାର୍ଚ୍ଚ ୨୭ : ହାଇଦ୍ରାବାଦ ବନାମ ମୁମ୍ବାଇ – ହାଇଦ୍ରାବାଦ (୭.୩୦)
ମାର୍ଚ୍ଚ ୨୮ : ରାଜସ୍ଥାନ ବନାମ ଦିଲ୍ଲୀ – ଜୟପୁର (୭.୩୦)
ମାର୍ଚ୍ଚ ୨୯ : ଆରସିବି ବନାମ କେକେଆର – ବେଙ୍ଗାଲୁରୁ (୭.୩୦)
ମାର୍ଚ୍ଚ ୩୦ : ଲକ୍ଷ୍ନୌ ବନାମ ପଞ୍ଜାବ – ଲକ୍ଷ୍ନୌ (୭.୩୦)
ମାର୍ଚ୍ଚ ୩୧: ଗୁଜରାଟ ବନାମ ହାଇଦ୍ରାବାଦ – ଅହମଦାବାଦ (୩.୩୦)
ଦିଲ୍ଲୀ ବନାମ ଚେନ୍ନାଇ – ବିଶାଖାପଟନମ (୭.୩୦)
ଏପ୍ରିଲ ୧ : ମୁମ୍ବାଇ ବନାମ ରାଜସ୍ଥାନ – ମୁମ୍ବାଇ (୭.୩୦)
ଏପ୍ରିଲ ୨ : ଆରସିବି ବନାମ ଲକ୍ଷ୍ନୌ – ବେଙ୍ଗାଲୁରୁ (୭.୩୦)
ଏପ୍ରିଲ ୩: ଦିଲ୍ଲୀ ବନାମ କେକେଆର – ବିଶାଖାପଟନମ (୭.୩୦)
ଏପ୍ରିଲ ୪ : ଗୁଜରାଟ ବନାମ ପଞ୍ଜାବ – ଅହମଦାବାଦ (୭.୩୦)
ଏପ୍ରିଲ ୫ : ହାଇଦ୍ରାବାଦ ବନାମ ଚେନ୍ନାଇ – ହାଇଦ୍ରାବାଦ (୭.୩୦)
ଏପ୍ରିଲ ୬ : ରାଜସ୍ଥାନ ବନାମ ଆରସିବି – ଜୟପୁର (୭.୩୦)
ଏପ୍ରିଲ ୭ : ମୁମ୍ବାଇ ବନାମ ଦିଲ୍ଲୀ – ମୁମ୍ବାଇ (୩.୩୦)
ଲକ୍ଷ୍ନୌ ବନାମ ଗୁଜରାଟ – ଲକ୍ଷ୍ନୌ (୭.୩୦)

Leave A Reply

Your email address will not be published.