Odisha Link
Bridging the Missing Links in Odisha

ଆହୁରି ସୁଦୃଢ଼ ହେବ କ୍ରୀଡ଼ା ଭିତ୍ତିଭୂମି; ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଖେଳ ଏବଂ ଖେଳାଳିଙ୍କୁ ପ୍ରାଧାନ୍ୟ ଦେଉଛନ୍ତି ରାଜ୍ୟ ସରକାର। ସେଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଖେଳପଡିଆକୁ ପ୍ରସ୍ତୁତ କରାଗଲାଣି। ସର୍ବୋତ୍ତମ କ୍ରୀଡ଼ା ଭିତ୍ତିଭୂମି ଗଠନ କରୁଛି କ୍ରୀଡ଼ାବିତଙ୍କ ଉଜ୍ଜ୍ୱଳ ଭବିଷ୍ୟତ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ୬୬୦ କୋଟିର ବିଭିନ୍ନ କ୍ରୀଡ଼ା ଭିତ୍ତିଭୂମି ପ୍ରକଳ୍ପ ଶୁଭାରମ୍ଭ କରିବାକୁ ଯାଉଛନ୍ତି।

ସେହିଭଳି ଆଗାମୀ ତିନି ବର୍ଷ ମଧ୍ୟରେ ଐତିହାସିକ ବାରବାଟୀ ଷ୍ଟାଡିୟମକୁ ବିଶ୍ବସ୍ତରୀୟ କ୍ରିକେଟ ଷ୍ଟାଡିୟମର ମାନ୍ୟତା ଦେବା ପାଇଁ ରାଜ୍ୟସରକାର ତତ୍ପରତା ଦେଖାଇଛନ୍ତି। ଏହା ପରେ ଏକ ବଡ ନିଷ୍ପତି ନିଆଯାଇଥିବା ଓସିଏ ସମ୍ପାଦକ ସଂଜୟ ବେହେରା କହିଛନ୍ତି। ନବୀକରଣ ପ୍ରକଳ୍ପ ଅଧିନରେ ବାରବାଟୀର ପୁରୁଣା ଗ୍ୟାଲେରୀ ସବୁ ଭଙ୍ଗା ହୋଇ ନୂଆ ହେବ।

ପରେ ପୁରା ଷ୍ଟାଡିୟମରେ ଦର୍ଶକଙ୍କ ପାଇଁ ୬୦ ହଜାର ନୂଆ ଚେୟାର ଲାଗିବ ବୋଲି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଛି। ଏଥିପାଇଁ ୬୦୦ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ। ଏହି ପ୍ରକଳ୍ପର ଭିତ୍ତିପ୍ରସ୍ତର ଆସନ୍ତା ୨୭ ତାରିଖରେ ମୁଖ୍ୟମନ୍ତ୍ରୀ କରିବେ। ପରେ ତିନି ବର୍ଷ ମଧ୍ଯରେ ଷ୍ଟାଡିୟମ କାମ ଶେଷ ହେବ।

Leave A Reply

Your email address will not be published.