Odisha Link
Bridging the Missing Links in Odisha

ମାଘରୁ ବାଘ ଖରା; ତାପମାତ୍ରା ହ୍ରାସ ନେଇ ପାଣିପାଗ ବିଭାଗର ଆକଳନ

ଓଏଲ୍‌ ବ୍ୟୁରୋ: ଆପଣମାନେ ସ୍କୁଲରେ ‘ମାଘ ମାସରେ ବାଘ ଶୀତ…’, ପଢ଼ିଥିବେ ନିଶ୍ଚୟ। ଏହା କେବଳ ଏବେ ପଢା ବହି କିମ୍ବା ଢଗଢମାଳିରେ ହିଁ ସୀମିତ ରହିଯିବ। କାରଣ ଫେବ୍ରୁଆରୀ ନ ସରୁଣୁ ମାଘରେ ବାଘ ଶୀତ ବଦଳରେ ଅନୁଭୂତ ହେଲାଣି ଖରା। ଫେବ୍ରୁଆରୀରୁ ରାଜ୍ୟରେ ଉପରମୁହାଁ ହେଲାଣି ପାରଦ। ଉପାନ୍ତରୁ ଉପକୂଳ ସବୁଠି ରାଜ୍‌ କରୁଛି ଗ୍ରୀଷ୍ମପ୍ରବାହ। ଗତ ଦୁଇଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୫ ଡିଗ୍ରୀ ଉପରେ ରହୁଥିବା ବେଳେ ଆଜି ୧୫ ସହରରେ ଦିନର ତାପମାତ୍ରା ୩୫ ଡିଗ୍ରୀ ଛୁଇଁଛି।

ଅନ୍ୟପଟେ, ମାଘରେ ଗ୍ରୀଷ୍ମ ଅନୁଭୂତିରୁ କିଛି ମାତ୍ରାରେ ଆଶ୍ବସ୍ତି ମିଳିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି। ସମୁଦ୍ରିକ ବାୟୁ ଚଳାଚଳରେ ପରିବର୍ତନ ହୋଇଛି। ସମୁଦ୍ର ଆଡୁ ୧୨ରୁ ୧୫ କିଲୋମିଟର ବେଗରେ ପବନ ବହୁଥିବାରୁ ତାପମାତ୍ରା କିଛି ମାତ୍ରାରେ ନିୟନ୍ତ୍ରଣ ହୋଇପାରିଛି। ଆଜି ଉତ୍ତର ଉପକୂଳ କେନ୍ଦୁଝର, ଢେଙ୍କାନାଳ ଓ ମୟୂରଭଂଜ ଜିଲ୍ଲା ସମେତ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ବର୍ଷା ହେବାର ଆଶଙ୍କା ରହିଛି। ଆଜି ଅପେକ୍ଷା ଆସନ୍ତାକାଲି ବର୍ଷାର ପରିମାଣ ବଢିବ। ପ୍ରାୟ ୬ ଦିନ ଯାଏଁ ବର୍ଷା ଲାଗି ରହିବ। ମେଘୁଆ ପାଗ ଯୋଗୁଁ ଦିନର ତାପମାତ୍ରା କମିବାର ଆଶଙ୍କା ରହିଥିବା ପାଣିପାଗ ବିଭାଗ ଆକଳନ କରିଛି।

Leave A Reply

Your email address will not be published.