Odisha Link
Bridging the Missing Links in Odisha

ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ; ରାଜଧାନୀ କାନ୍ଥରୁ ହଟିବ ରାଜନୈତିକ ଲେଖା

ଓଏଲ୍ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ଅଙ୍କକଷା। ଏସବୁ ମଧ୍ୟରେ ଓଡ଼ିଶା ରାଜନୀତି ମଧ୍ୟ ଉଷ୍ମ ହେବାରେ ଲାଗିଛି। ବିଜୁ ଜନତା ଦଳର ମାଷ୍ଟର ପ୍ଲାନ ଦେଖି ବିଜେପି ଶିବିର ମଧ୍ୟ ତତ୍ପରତା ଦେଖାଇଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ରାଜ୍ୟକୁ କେନ୍ଦ୍ରମନ୍ତ୍ରୀଙ୍କ ସିରିଜ ଗସ୍ତ ଆରମ୍ଭ ହୋଇଛି। ବିଜେପିର ହେଭିୱେଟ ନେତା ଏବେ ଘନଘନ ଓଡ଼ିଶା ଗସ୍ତରେ ଆସୁଛନ୍ତି।

ଅନ୍ୟପଟେ, ଚଳିତ ବର୍ଷ ହେବାକୁ ଥିବା ନିର୍ବାଚନକୁ ସ୍ୱଚ୍ଛ କରିବା ପାଇଁ ନିର୍ବାଚନ ଆୟୋଗ ଗାଇଡଲାଇନ ଜାରି କରାଯାଇଛି। ଏହି କ୍ରମରେ ରାଜଧାନୀ କାନ୍ଥରେ ଥିବା ରାଜନୈତିକ ଲେଖା ହଟିବ। ଏହା ସହ ରାଜନୈତିକ ବ୍ୟାନର ଓ ପୋଷ୍ଟର ବନ୍ଦ କରାଯିବ। ତେବେ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ କ୍ରମେ ବିଏମସି ପକ୍ଷରୁ ଏହି ନିୟମ ପାଳନ ଆରମ୍ଭ ହୋଇଥିବା ବିଏମସି ପକ୍ଷରୁ ସୂଚନା ଦିଆଯାଇଛି।

Leave A Reply

Your email address will not be published.