Odisha Link
Bridging the Missing Links in Odisha

ମାତିଛନ୍ତି ଲୁଟେରା; ଶ୍ରୀମନ୍ଦିର ନିକଟସ୍ଥ ମନ୍ଦିରରୁ ବିରଳ ମୂର୍ତ୍ତି ଚୋରି

ଓଏଲ୍‌ ବ୍ୟୁରୋ: କାୟା ବିସ୍ତାର କଲେଣି ଲୁଟେରା ଗ୍ୟାଙ୍ଗ। ବର୍ତମାନ ଲୁଟେରା ମାନେ ବିଭିନ୍ନ ଉପାୟରେ ଠକେଇ କରିବାରେ ଲାଗିଛନ୍ତି। କେତେବେଳେ ଅନଲାଇନ ଲୁଟିଲେଣି ତ କେତେବେଳେ ରାସ୍ତା କଡ଼ରୁ, ଏଭଳି ଘଟଣା ଅନେକ ସମୟରେ ସାମ୍ନାକୁ ଆସୁଛି। ଏଥିରେ ଶିକାର ହେଉଥିବା ଅନେକ ବ୍ୟକ୍ତି ଥାନାରେ ମଧ୍ୟ ଏତଲା ଦେଉଛନ୍ତି। ତେବେ ଏସବୁ ମଧ୍ୟରେ ମନ୍ଦିରରୁ ଚୋରି ହୋଇଥିବା ଖବର ସାମ୍ନାକୁ ଆସିଛି।

ମନ୍ଦିର ପରିସରରୁ ବିରଳ ମୂର୍ତ୍ତି ଚୋରି ହୋଇଥିବାବେଳେ ଅଢ଼େଇ ଫୁଟ ଉଚ୍ଚର ବିରଳ ପଥର ମୂର୍ତ୍ତି ଚୋରି ହୋଇଛି। ଶ୍ରୀମନ୍ଦିର ନିକଟ କପାଳମୋଚନ ମନ୍ଦିରରୁ ଚୋରି ହୋଇଛି। ଗତକାଲି ମନ୍ଦିର ଗ୍ରୀଲ ଭାଙ୍ଗି ମୂର୍ତ୍ତି ଚୋରି ହୋଇଛି। ଶ୍ରୀମନ୍ଦିରରୁ ୧୦୦ମି ଦୂରରେ ଥିବା କପାଳମୋଚନ ମନ୍ଦିରରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଗତ କିଛି ଦିନ ତଳେ ବୌଦ୍ଧ ଭୈରବୀ ମନ୍ଦିରରୁ ସୁନା ଅଳଙ୍କାର ଚୋରି ହୋଇଥିବା ବେଳେ ମାଆଙ୍କ ସୁନା ଆଖି ଓ ଟିକିଲି ତାଡ଼ି ନେଇଥିବା ଅଭିଯୋଗ ହୋଇଥିଲା। ଦୁର୍ବୃତ୍ତ ମାନେ ଗାୟତ୍ରୀ ମନ୍ଦିରରୁ ଦାନ ବାକ୍ସ ଲୁଟି ନେଇଥିବା ଅଭିଯୋଗ ହୋଇଥିବା ସାମ୍ନାକୁ ଆସିଥିଲା।

Leave A Reply

Your email address will not be published.