Odisha Link
Bridging the Missing Links in Odisha

ନୂଆ-ଓ ଛାତ୍ରବୃତ୍ତି: ବଢ଼ିଲା ଆବେଦନ କରିବାର ସମୟସୀମା

ଓଏଲ୍ ବ୍ୟୁରୋ: ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ପାଇଁ ଛାତ୍ରବୃତ୍ତି ଯୋଜନା କରିଛନ୍ତି। ପ୍ରତିବର୍ଷ ଯୁକ୍ତ ୩ ଓ ପିଜି ପିଲାଙ୍କୁ ମିଳିବ ଛାତ୍ରବୃତ୍ତି। ପାଖାପାଖି ସାଢେ ୪ ଲକ୍ଷ +୩ ପିଲା ଏହି ଛାତ୍ରବୃତ୍ତି ପାଇବେ। ଏହା ସହ ପାଖାପାଖି ୩୫ ହଜାର ପିଜି ପିଲାଙ୍କୁ ଏହି ଛାତ୍ରବୃତ୍ତି ମିଳିବ। ଛାତ୍ରୀଙ୍କୁ ୧୦୦୦୦ ଏବଂ ଛାତ୍ରଙ୍କୁ ୯୦୦୦ ପ୍ରତିବର୍ଷ ଛାତ୍ରବୃତ୍ତି ମିଳିବ।

ତେବେ ଚଳିତ ମାସ ୨୦ରୁ ୨୫ ତାରିଖ ଭିତରେ ଆକାଉଣ୍ଟକୁ ଟଙ୍କା ଦିଆଯିବ। ଏସସି ଏବଂ ଏସଟି ଓ ନିର୍ମାଣ ଶ୍ରମିକ ଯୋଜନା ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀଙ୍କୁ ୧୧୦୦୦ ଟଙ୍କା ମିଳିବ। ମୁଖ୍ୟମନ୍ତ୍ରୀଙ୍କ ଏହି ଐତିହାସିକ ନିଷ୍ପତିକୁ ୫-ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ପ୍ରଶଂସା କରିଛନ୍ତି। ତେବେ ଆଜି ଏହି ଛାତ୍ରବୃତ୍ତି ପାଇଁ ଆବେଦନର ସମୟସୀମା ବୃଦ୍ଧି ହୋଇଛି।

Leave A Reply

Your email address will not be published.