୨୯ରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ; ଉପସ୍ଥାପିତ ହେବ ଲେଜର ସ୍କାନିଂ ରିପୋର୍ଟ

ଓଏଲ୍ ବ୍ୟୁରୋ: ଆଉ ଦିନକ ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆୟୋଜିତ ହେବ। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ। ବୈଠକରେ ଉପସ୍ଥାପିତ ହେବ ଲେଜର ସ୍କାନିଂ ରିପୋର୍ଟ। ରତ୍ନଭଣ୍ଡାର ବାହାର କାନ୍ଥ ଓ ଚୂଳର ସ୍କାନିଂ ହୋଇଛି। କମିଟିରେ ରିପୋର୍ଟ ତର୍ଜମା ହେବ। ଏହା ପରେ ପରେ ପଦକ୍ଷେପ ନିଆଯିବ। ଏହା ପରେ ନାଟମଣ୍ଡପ ମରାମତି ଆରମ୍ଭ ହୋଇଛି।