Odisha Link
Bridging the Missing Links in Odisha

ଗଗନଯାନରେ କିଏ ଯିବେ ମହାକାଶ? ନାମ ଘୋଷଣା କଲେ ପ୍ରଧାନମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ସଫଳତାର ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଇସ୍ରୋ। ଅନୁସନ୍ଧାନ କ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ମାଇଲଖୁଣ୍ଟ ଅତିକ୍ରମ କରୁଛି ଇସ୍ରୋ। ଚନ୍ଦ୍ରଯାନର ସଫଳତା ପରେ ଗଗନଯାନ ଉପରେ ଲକ୍ଷ୍ୟ ରଖିଛି ଏହି ଅନୁସନ୍ଧାନକାରୀ ସଂସ୍ଥା। ଗଗନଯାନ ମିଶନରେ ମହାକାଶକୁ ଯିବାକୁ ଥିବା ୪ ମହାକାଶଚାରୀଙ୍କ ନାଁ ପ୍ରକାଶ ପାଇଛି। ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପ୍ରଥମ ମାନବ ମହାକାଶ ମିଶନ ଗଗନଯାନ ନେଇ ପ୍ରକ୍ରିୟା ଆରମ୍ଭ କରିସାରିଛି। ଭାରତୀୟ ମହାକାଶଚାରୀଙ୍କୁ ମହାକାଶ ପଠାଇବାରେ ବ୍ୟବହାର ହେବାକୁ ଥିବା କ୍ରାୟୋଜେନିକ ଇଞ୍ଜିନର ସଫଳ ପରୀକ୍ଷଣ କରିଛି ଇସ୍ରୋ।

ତେବେ କିଏ ଯିବେ ମହାକାଶ ?

ସୂଚନା ଅନୁସାରେ, ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ରରେ ଗଗନଯାନ ପାଇଁ ତାଲିମଯୁକ୍ତ ପାଇଲଟଙ୍କ ନାମ ଘୋଷଣା କରିଛନ୍ତି। ୪ ଜଣଙ୍କ ମଧ୍ୟରେ ସୁଖୋଇ ଯୁଦ୍ଧ ବିମାନ ପାଇଲଟ ଗ୍ରୁପ କ୍ୟାପଟେନ ପ୍ରଶାନ୍ତ ବି ସାମିଲ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବାବେଳେ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇଛି। ପ୍ରଶାନ୍ତ ନାୟର, ଅଙ୍ଗଦ ପ୍ରତାପ, ଅଜିତ କୃଷ୍ଣନ ଏବଂ ଶୁଭ୍ରାଂଶୁ ଶୁକ୍ଳା। ଏମାନେ ଗଗନଯାନ ମିଶନ ପାଇଁ ମହାକାଶକୁ ଯିବେ ବୋଲି ମୋଦି ବିକ୍ରମ ସାରାଭାଇ ଅନ୍ତରୀକ୍ଷ କେନ୍ଦ୍ରରେ ଘୋଷଣା କରିଛନ୍ତି।

Leave A Reply

Your email address will not be published.