Odisha Link
Bridging the Missing Links in Odisha

ଓଏଏସ୍ ସ୍ତରରେ ଅଦଳବଦଳ: ୩୫ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି

ଓଏଲ୍‌ ବ୍ୟୁରୋ: ଓଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ନିକଟରେ କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଥିବା ବେଳେ ଏହା ମଧ୍ୟରେ ପୁଣି ଥରେ କିଛି ଅଧିକାରୀଙ୍କୁ ବଦଳି କରାଯାଇଛି। ମୋଟ ୩୫ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି।

ଏନେଇ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୩୫ ଜଣ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି। ସେମାନଙ୍କ ମଧ୍ୟରେ ୩୦ ଜଣ ବିଡିଓ ଓ ୫ ଜଣ ଡେପୁଟି କଲେକ୍ଟର ରହିଛନ୍ତି। ଏହି ଅଧିକାରୀମାନେ ଯଥା ସମ୍ଭବ ନୂଆ ସ୍ଥାନରେ ଯୋଗ ଦେବାକୁ କୁହାଯାଇଛି।