Odisha Link
Bridging the Missing Links in Odisha

ଆଜି ବିଶ୍ୱ ଦହିବରା ଆଳୁଦମ ଦିବସ; ବିଶ୍ୱସ୍ତରରେ ଓଡ଼ିଶାକୁ କରିଛି ଗର୍ବିତ

ଓଏଲ୍‌ ବ୍ୟୁରୋ: ଆଜି ବିଶ୍ବ ଦହିବରା ଆଳୁଦମ ଦିବସ। ଏହି ଉପଲକ୍ଷେ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ ଚାଲିଛି ଏହି ଦିବସ। ଲୋକେ ଦହିବରା ଆଳୁଦମ ଖାଇ ଏହି ଦିବସ ମନାଇଛନ୍ତି। ବିଶେଷ କରି ଦହିବରା ଆଳୁଦମ ପାଇଁ ବିଶେଷ ଖ୍ୟାତି ଅର୍ଜନ କରିଥିବା କଟକ ସହରର ବିଭିନ୍ନ ସ୍ଥାନରେ ଦହିବରା ବିକ୍ରି ହେବା ସହିତ ଲୋକେ ମଧ୍ୟ ଏହାର ମଜା ଉଠାଇଛନ୍ତି।

ଦହିପାଣିରେ ଡୁବିଥିବା ବରା ସାଙ୍ଗକୁ ଆଳୁଦମ, ପିଆଜ ଆଉ ସେଓ। ଫିକା ହଳଦିଆ ବରା ସାଙ୍ଗରୁ ଯିଏ ଖାଇଛି ସିଏ ଜାଣିଛି। କଟକର ଗଳିକନ୍ଦିରୁ ବାହାରି ବିଶ୍ବ ସ୍ତରରେ ଓଡିଆଙ୍କୁ ଗର୍ବିତ କରିଛି ଦହିବରା ଆଳୁଦମ୍‌। ଓଡିଶାରେ ଏମିତି କେହି ନଥିବେ ଯାହାକୁ ଦହିବରା ପସନ୍ଦ ନଥିବ। ଆଜି ଦହିବରା ଆଳୁଦମ ଦିବସରେ ପ୍ରତ୍ୟେକ୍ଷ ଲୋକ ଦହିବରା ଦିବସ ପାଳନ କରିଥାନ୍ତି।

କଟକ ଦହିବରା ଆଳୁଦମ ବିଶ୍ବ ପ୍ରସିଦ୍ଧ। ପ୍ରାୟ ଲୋକେ ଦହିବରା କହିଲେ ଜାଣିବେ। ସୁସ୍ବାଦୁ ଦହିବରା ଆଳୁଦମ ବିକ୍ରିରେ କେଉଁ କାଳରୁ କଟର ପ୍ରସିଦ୍ଧି ଲାଭ କରିଛି। ଏହି ଖାଦ୍ୟକୁ ନେଇ ସରକାରୀ ମାନ୍ୟତା ନେଇ ଦାବି ହୋଇ ଆସୁଥିଲେ ସୁଦ୍ଧା ମାନ୍ୟତା ମିଳିନଥିବା ବେଳେ ତଥାପି ଦହିବରା ପାଇଁ କଟକ ପ୍ରସିଦ୍ଧ ବୋଲି ସମସ୍ତେ ଜାଣିଥାନ୍ତି।

ସକାଳ ହେଉ କି ସନ୍ଧ୍ୟା ସବୁ ସମୟରେ ଲୋକେ ଦହିବରା ଖାଇବା ପାଇଁ ପସନ୍ଦ କରିଥାନ୍ତି। ଦହିବରା ଖାଇବା ପରେ ରାଗ ଖଟା ଦହିପାଣି ପିଇ ମଜା ନେଇଥାନ୍ତି ଦହିବରା ପ୍ରେମୀ। ଦହିବରା ଆଳୁଦମ୍‌ ସାଧାରଣତଃ ଓଡିଶାର ପ୍ରତ୍ୟେକ ସ୍ଥାନରେ ମିଳିଥାଏ। କିନ୍ତୁ କଟକ ଦହିବରାର ମଜା ନିଆରା। ଦହିବରାର ବିଭିନ୍ନ ପ୍ରକାରର ଭେରାଇଟି କଟକରେ ପ୍ରସ୍ତୁତ ହୁଏ। କଟକବାସୀ ଦହିବରା ଖାଇ ଦିନ ଆରମ୍ଭ କରନ୍ତି କହିଲେ ମଧ୍ୟ ଅତ୍ୟୁକ୍ତି ହେବ ନାହିଁ।

Leave A Reply

Your email address will not be published.