Odisha Link
Bridging the Missing Links in Odisha

ମେଣ୍ଟ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ: ମନମୋହନ କହିଲେ-ଏକାକି ଲଢ଼ିବ ବିଜେପି

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ଯେତେ ପାଖଉଛି ରାଜନୈତିକ ଉଷ୍ମତା ସେତେ ବଢ଼ିବାରେ ଲାଗିଛି। କିଛିଦିନ ହେବ ଓଡ଼ିଶା ରାଜନୀତିରେ ବିଜେଡି-ବିଜେପି ମେଣ୍ଟ ରାଜନୀତିକୁ ନେଇ ଚର୍ଚ୍ଚା ଲାଗି ରହିଥିଲା। କାରଣ ଦଳର ହାଇକମାଣ୍ଡ ମାନେ ଚୁପ୍‌ ଥିଲେ ଏହି ପ୍ରସଙ୍ଗରେ। ଏସବୁ ମଧ୍ୟରେ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି।

ଭାରତୀୟ ଜନତା ପାର୍ଟିର ନିର୍ବାଚନ କମିଟି ବୈଠକ ସାରି ଗତକାଲି ରାତିରେ ଭୁବନେଶ୍ବର ଫେରିଥିଲେ। ସେ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ ଯେ ଓଡ଼ିଶାରେ ମେଣ୍ଟ ହେବ ନାହିଁ। ଏକାକୀ ବିଜେପି ଲଢ଼ିବ। ଦିଲ୍ଲୀରୁ ଫେରି ରାଜ୍ୟ ବିଜେପି ସଭାପତି ଏହି ପ୍ରତିକ୍ରିୟା ରଖିଛନ୍ତି।

ସେ କହିଛନ୍ତି, ରାଜ୍ୟରେ ବିଜେଡି ସହ କୌଣସି ମେଣ୍ଟ ହେବନି। ୧୪୭ ବିଧାନସଭା ଏବଂ ୨୧ ଲୋକସଭାରେ ବିଜେପି ଏକା ଲଢିବ। ବିଜେପି ଲୋକସଭାରେ ୨୧ସିଟ୍‌ ଜିତିବ। ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ। ଏପରିକି ରାଜ୍ୟରେ ମଧ୍ୟ ବିଜେପି ସରକାର ଗଢିବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ମନମୋହନ। ସେ କହିଛନ୍ତି, ଏଥିପାଇଁ କାର୍ଯ୍ୟକର୍ତ୍ତାମାନେ କଠିନ ପରିଶ୍ରମ କରିବା ଦରକାର। ଓଡ଼ିଶାରେ ବିଜେପି ନିଶ୍ଚୟ ସରକାର କରିବ। ଲୋକ ଏଥର ଛପର ଫାଡି ବିଜେପିକୁ ଭୋଟ ଦେବେ। ଅଧିକାଂଶ ସିଟ୍ ବିଜେପି ଜିତିବ।

Leave A Reply

Your email address will not be published.