Odisha Link
Bridging the Missing Links in Odisha

ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ; ଚର୍ଚ୍ଚାରେ ଭାରତର ପ୍ରଥମ ଏଆଇ ଶିକ୍ଷକ

ଓଏଲ୍‌ ବ୍ୟୁରୋ: ଚର୍ଚ୍ଚାରେ ଭାରତର ପ୍ରଥମ ଏଆଇ ଶିକ୍ଷକ। କୃତ୍ରିମ ବୁଦ୍ଧିମତ୍ତା ଓଡ଼ିଆ ଉପସ୍ଥାପକ ପରେ ଏବେ ଶିକ୍ଷା କ୍ଷେତ୍ରରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରୟୋଗ କରାଯାଇଛି। ଆଜି ଦିନରେ ଏଭଳି କ୍ବଚିତ୍‌ କ୍ଷେତ୍ର ରହିଛି ଯେଉଁଠି କୃତ୍ରିମ ବୁଦ୍ଧିମତ୍ତା (ଏଆଇ)ର ଛାପ ପଡ଼ିନାହିଁ। ମଣିଷ ପରି ଚିନ୍ତାକରିବା ଓ ବିଶ୍ଳେଷଣ କରିପାରୁଥିବା ଏହି ଜ୍ଞାନକୌଶଳର ପ୍ରଥମ ବ୍ୟବହାର ସାମାଜିକ ଗଣମାଧ୍ୟମରେ ଦେଖାଗଲା। କ୍ରମେ ଏହାର ନକାରାତ୍ମକ ଉପଯୋଗର ପ୍ରୟାସ ମଧ୍ୟ ହୋଇଛି। ତେବେ କେରଳର ଏକ ବିଦ୍ୟାଳୟରେ ଏହାର ସଦୁପଯୋଗ ଚର୍ଚ୍ଚାର ବିଷୟ ହୋଇଛି। ତିରୁଅନନ୍ତପୁରମ୍‌ ସ୍ଥିତ କେଟିସିଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗତ ମାସରେ ପ୍ରଥମ କରି ଏକ ଏଆଇ ଶିକ୍ଷକଙ୍କୁ ନିଯୁକ୍ତ କରାଯାଇଛି। ‘ଆଇରିସ୍’ ନାମକ ଏହି କୃତ୍ରିମ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରି ତିନିଟି ଭାଷାରେ ବିଭିନ୍ନ କଠିନ ପ୍ରଶ୍ନର ଉତ୍ତର ଦେଇପାରୁଛି।

ସୂଚନା ଅନୁସାରେ, ବିଦ୍ୟାଳୟମାନଙ୍କରେ ପିଲାମାନଙ୍କର ବିଭିନ୍ନ ଶିକ୍ଷାବହିର୍ଭୂତ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଲାଗି ‘ନିତି’ ଆୟୋଗଙ୍କ ପକ୍ଷରୁ ୨୦୨୧ରେ ‘ଅଟଳ ଟିଙ୍କରିଂ ଲାବ୍‌ (ଏଟିଏଲ୍‌)’ ନାମକ ଏଭଳି ଏକ ପ୍ରକଳ୍ପର ଶୁଭାରମ୍ଭ ହୋଇଥିଲା। ଏଆଇ ଶିକ୍ଷକ ‘ଆଇରିସ୍‌’କୁ ମେକର୍‌ଲାବ୍‌ସ ଏଜୁଟେକ୍‌ କମ୍ପାନି ବିକଶିତ କରିଛି। ଏଥିରେ କୃତ୍ରିମ ମାନବ ଜ୍ଞାନକୌଶଳ (ରୋବୋଟିକ୍‌ସ) ଓ ସୃଜନଶୀଳ କୃତ୍ରିମ ବୁଦ୍ଧିମତା (ଜେନେରେଟିଭ୍‌ ଏଆଇ)ର ମିଶ୍ରଣ କରାଯାଇଛି ବୋଲି କମ୍ପାନି କହିଛି। ତେବେ ‘ଆଇରିସ୍’ ନାମକ ଏହି କୃତ୍ରିମ ଶିକ୍ଷକ ଛାତ୍ରଛାତ୍ରୀମାନଙ୍କ ସହିତ ଭାବ ବିନିମୟ କରି ତିନିଟି ଭାଷାରେ ବିଭିନ୍ନ କଠିନ ପ୍ରଶ୍ନର ଉତ୍ତର ଦେଇପାରୁଛି। ଯାହା ଚର୍ଚ୍ଚାର ବିଷୟ ପାଲଟିଛି।

Leave A Reply

Your email address will not be published.