Odisha Link
Bridging the Missing Links in Odisha

ମେଣ୍ଟ ଚର୍ଚ୍ଚା ଭିତରେ ମୁହଁ ଖୋଲିଲେ କେଭି ସିଂ ଦେଓ; କହିଲେ-ଅପେକ୍ଷା କର

ଓଏଲ୍‌ ବ୍ୟୁରୋ: ସାଧାରଣ ନିର୍ବାଚନ ପାଖେଇ ଆସୁଥିବା ବେଳେ ଓଡ଼ିଶାରେ ମେଣ୍ଟକୁ ନେଇ ହେଉଛି ଜୋରଦାର ଚର୍ଚ୍ଚା। ଗୋଟିଏ ପଟେ ନବୀନ ନିବାସରେ ବିଜେଡିର ବୈଠକ ବସିଥିବା ବେଳେ ଅନ୍ୟପଟେ ଦିଲ୍ଲୀରେ ଓଡ଼ିଶା ବିଜେପି ନେତାଙ୍କ ବୈଠକ ବସିଛି। ଏସବୁ ମଧ୍ୟରେ ସାମ୍ନାକୁ ଆସିଛି ବିଜେଡି ଓ ବିଜେପିର ବରିଷ୍ଠ ନେତାଙ୍କ ପ୍ରତିକ୍ରିୟା। ମେଣ୍ଟକୁ ନେଇ ବିଜେପି ନେତା କେଭି ସିଂଦେଓ କହିଛନ୍ତି, ସଭାପତି ଓ ସଂଗଠନ ମହାମନ୍ତ୍ରୀ ଦିଲ୍ଲୀରୁ ଫେରିବାକୁ ଅପେକ୍ଷା କର। ଦଳର ନିଷ୍ପତ୍ତି ସହ କେଭି ସିଂଦେଓ ସବୁବେଳେ ଠିଆ ହୋଇଛି। ଦଳ ସପକ୍ଷରେ ଯେଉଁ ନିଷ୍ପତ୍ତି ନିଆଯିବ ତାକୁ କାର୍ଯ୍ୟକର୍ତ୍ତା ସମର୍ଥନ କରିବେ।

ଅନ୍ୟପଟେ, ନବୀନ ନିବାସ ବୈଠକ ପରେ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ନବୀନଙ୍କ ନେତୃତ୍ବରେ ଓଡ଼ିଶା ସଫଳତା ପାଇଚାଲିଛି। ଓଡ଼ିଶାର ସ୍ବାର୍ଥ ଦୃଷ୍ଟିରୁ ଯାହା ଆବଶ୍ୟକ ପଡ଼ିବ, ସେ ନିଷ୍ପତ୍ତି ନିଆଯିବ। ଓଡ଼ିଶାର ସ୍ବାର୍ଥ ପାଇଁ ବିଜେଡି ଆଗାମୀ ଦିନରେ ପଦକ୍ଷେପ ନେବ ବୋଲି କହିଛନ୍ତି। ସେହିପରି ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ କହିଛନ୍ତି ଯେ ବିଜୁ ଜନତା ଦଳର ଅନେକ ବରିଷ୍ଠ ନେତାଙ୍କର ମୁଖ୍ୟମନ୍ତ୍ରୀଙ୍କ ସହ ଦୀର୍ଘ ସମୟ ଧରି ବିଚାର ବିମର୍ଷ ହୋଇଛି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି କାମ କରୁଛି। ଓଡ଼ିଶାର ସ୍ୱାର୍ଥ ପାଇଁ ବିଜେଡି ଆଗାମୀ ଦିନରେ ପଦକ୍ଷେପ ନେବ।

Leave A Reply

Your email address will not be published.