Odisha Link
Bridging the Missing Links in Odisha

ଶ୍ରୀମନ୍ଦିର ନିକଟରେ ଅଘଟଣ: ମନ୍ଦିରରୁ ଖସିଲା ପଥର

ଓଏଲ୍‌ ବ୍ୟୁରୋ: ଶ୍ରୀମନ୍ଦିର ନିକଟରେ ଅଘଟଣ ହୋଇଥିବା ଖବର ସାମ୍ନାକୁ ଆସିଛି। ବଡ଼ଦେଉଳ ଦକ୍ଷିଣ-ପଶ୍ଚିମ ପଟ ମନ୍ଦିରରୁ ପଥର ଖସିଛି। ବିମଳା ମନ୍ଦିର ନିକଟ ବରାହ ମନ୍ଦିର ପାଖ ମୁଖ୍ୟ ମନ୍ଦିରରୁ ପଥର ଖସିଲା। ପଥର ଖସି ଏକାଦଶୀ ମନ୍ଦିରର ଟିଣ ଛାତ କଣା ହୋଇଥିବା ସୂଚନା ରହିଛି। ଏଏସଆଇ ପକ୍ଷରୁ ଦକ୍ଷିଣ ଘର ପଛପଟୁ ଅନେକ ପଥର ପରିବର୍ତ୍ତନ କରାଯାଇଥିଲା।

ଅନ୍ୟପଟେ, ଆଜି ଅପରାହ୍ନରେ ବସିବ ରତ୍ନଭଣ୍ଡାର କମିଟି ବୈଠକ। ଜଷ୍ଟିସ ଅରିଜିତ ପଶାୟତଙ୍କ ଅଧ୍ୟକ୍ଷତାରେ ବୈଠକ ହେବ। ରତ୍ନଭଣ୍ଡାର ଅନୁଧ୍ୟାନ ସମ୍ପର୍କରେ ଆଲୋଚନା କରାଯିବ। ରତ୍ନଭଣ୍ଡାର ଅଳଙ୍କାର ଗଣତି ପାଇଁ ସ୍ୱତନ୍ତ୍ର କମିଟି ସହ ବୈଠକ ହେବ।

Leave A Reply

Your email address will not be published.