Odisha Link
Bridging the Missing Links in Odisha

ବଢ଼ିଲା ଆଧାର ଅପଡେଟ୍ ଅବଧି; ଜାଣନ୍ତୁ କେମିତି କରିବେ ଅପଡେଟ୍

ଓଏଲ୍‌ ବ୍ୟୁରୋ: କେନ୍ଦ୍ର ସରକାର ଆଧାର ତଥ୍ୟକୁ ମାଗଣାରେ ଅପଡେଟ୍ କରାଇବାର ଶେଷ ତାରିଖକୁ ୧୪ ଜୁନ୍ ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି। ଏହା ପୂର୍ବରୁ ଏହି ସମୟ ସୀମା ୧୪ ମାର୍ଚ୍ଚ ଥିଲା। ଏବେ ୟୁଆଇଡିଏଆଇ ଦ୍ବାରା ୧୪ ଜୁନ୍ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି। ଏହା ପରେ ଆଧାର ଅପଡେଟ୍ ପାଇଁ ଦେୟ ଦେବାକୁ ପଡ଼ିବ। ଦଶ ବର୍ଷ ତଳେ ଆଧାର କରିଥିବା ବ୍ୟକ୍ତିଙ୍କର ଯଦି କୌଣସି ତଥ୍ୟ ଅପଡେଟ୍ ହୋଇନଥାଏ ତେବେ ସେମାନେ ଫ୍ରିରେ ଆଧାର ଅପଡେଟ୍ କରିପାରିବେ।

ସୋସିଆଲ ମିଡିଆରେ UIDAI ପୋଷ୍ଟ ଅନୁଯାୟୀ, UIDAI ମାଗଣା ଅନଲାଇନ୍ ଡକ୍ୟୁମେଣ୍ଟ ଅପଲୋଡ୍ ସୁବିଧାକୁ ଜୁନ୍ ୧୪, ୨୦୨୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। କୋଟି କୋଟି ଆଧାର ଉପଭୋକ୍ତା ଆସନ୍ତା ଜୁନ୍ ୧୪ ପର୍ଯ୍ୟନ୍ତ ମାଗଣାରେ ଆଧାର ଅପଡେଟ୍ କରିପାରିବେ। ଏହାପୂର୍ବରୁ ୨ଥର ଏହି ଅବଧି ବୃଦ୍ଧି କରାଯାଇଛି। ପ୍ରଥମେ ଫ୍ରି ଆଧାର ଅପଡେଟ କରିବାର ସମୟ ସୀମା ୧୪ଡିସେମ୍ବର ୨୦୨୩ ଥିଲା। ଏହାକୁ ବଢାଯାଇ ଏହି ତାରିଖକୁ ଆଜି ଅର୍ଥାତ୍ ମାର୍ଚ୍ଚ ୧୪ ପର୍ଯ୍ୟନ୍ତ ବୃଦ୍ଧି କରାଯାଇ ଥିଲା।

ଉପଭୋକ୍ତା ନିଜର ନାଁ, ଠିକଣା ଏବଂ ଅନ୍ୟ ବ୍ୟକ୍ତିଗତ ତଥ୍ୟକୁ ୟୁଆଇଡିଏଆଇର ଓ୍ବେବସାଇଟରେ ମାଗଣାରେ ଅପଡେଟ୍ କରିପାରିବେ। କିନ୍ତୁ ଏହି ଅପଡେସନ କମନ ସର୍ଭିସ ସେଣ୍ଟର୍ସରେ ମଧ୍ୟ କରିହେବ ଏବଂ ଏଥିପାଇଁ ୫୦ ଟଙ୍କା ପୈଠ କରିବାକୁ ହେବ। ତେଣୁ ଏହି ସମୟ ସୀମା ପୂର୍ବରୁ ଆପଣ ଏହାକୁ ଅପଡେଟ୍ କରିପାରିବେ। ଆପଣ ଆଧାରର ଅଫିସିଆଲ୍ ଓ୍ବେବସାଇଟ https://uidai.gov.in/ କୁ ଯାଇ ମଧ୍ୟ କରିପାରିବେ।

Leave A Reply

Your email address will not be published.