Odisha Link
Bridging the Missing Links in Odisha

୨୦୨୪ ବିଧାନସଭା ନିର୍ବାଚନ: ୩.୩୪ କୋଟି ଓଡ଼ିଆ ଭୋଟର ବାଛିବେ ୧୪୭ ବିଧାୟକ

ଓଏଲ୍‌ ବ୍ୟୁରୋ: ଓଡ଼ିଶାରେ ଏକାସଙ୍ଗରରେ ହେବ ବିଧାନସଭା ଓ ଲୋକସଭା ନିର୍ବାଚନ। ଏହି ପ୍ରରୀପେକ୍ଷୀରେ ଆଜି ସନ୍ଧ୍ୟାରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଧଳ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ନିର୍ବାଚନ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ।

ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି, ଓଡ଼ିଶାରେ ମୋଟ ୪ଟି ପର୍ଯ୍ୟାୟରେ ଭୋଟ୍ ହେବ। ୧୪୭ ବିଧାନସଭା ଓ ୨୧ ଲୋକସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ପଡିବ। ନିର୍ବାଚନକୁ ସୁରୁଖୁରରେ ପରିଚାଳନା ପାଇଁ ୩୦ ଜଣ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ସହିତ ୨୧ ଜଣ ରିଟର୍ଣ୍ଣିଂ ଅଫିସର, ୧୩୧ ଜଣ ରିଟର୍ଣ୍ଣିଂ ଅଫିସର (ବିଧାନସଭା) ଏବଂ ୨୯୪ ଜଣ ସହକାରୀ ରିଟର୍ଣ୍ଣିଂ ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ପ୍ରାୟ ୨.୭୦ ଲକ୍ଷ ମତଦାନ କର୍ମଚାରୀ ନିଯୁକ୍ତ ହୋଇଥିବା ସେ ସୂଚନା ଦେଇଛନ୍ତି।

ଓଡ଼ିଶାର ମୋଟ ଲୋକସଭା ଆସନ ସଂଖ୍ଯା ୨୧ । ଅନୁସୂଚିତ ଜାତି ପାଇଁ ୩ ଓ ଜନଜାତିଙ୍କ ପାଇଁ ୫ ଆସନ ସଂରକ୍ଷିତ। ମୋଟ ବିଧାନସଭା ଆସନ ସଂଖ୍ଯା ୧୪୭। ଅନୁସୂଚିତ ଜାତିଙ୍କ ପାଇଁ ୨୪ ଓ ଜନଜାତିଙ୍କ ପାଇଁ ୩୩ ଆସନ ସଂରକ୍ଷିତ ବୋଲି ସେ ସୂଚନା ଦେଇଛନ୍ତି। ମତଦାନ କେନ୍ଦ୍ରରେ ଭୋଟର ପରିଚୟ ପତ୍ର ଦେଖାଇବେ। ଆଧାରକାର୍ଡ, ପାନକାର୍ଡ, ସ୍ବତନ୍ତ୍ର ଭିନ୍ନକ୍ଷମ ପରିଚୟପତ୍ର ଦେଖାଇ ଭୋଟ୍‌ ଦେଇ ପାରିବେ। ଡ୍ରାଇଭିଂ ଲାଇସେନ୍ସ, ପାସପୋର୍ଟ, ମନରେଗା କାର୍ଡ ମଧ୍ୟ ଦେଖାଇ ଭୋଟ ଦେଇ ପାରିବେ ଭୋଟର।

ସେ ଆହୁରି ସୂଚନା ଦେଇ କହିଛନ୍ତି, ଓଡ଼ିଶାରେ ଭୋଟରଙ୍କ ସଂଖ୍ଯା ୩ କୋଟି ୩୪ ଲକ୍ଷ ୭୩ ହଜାର ୫୬୧। ପୁରୁଷ ଭୋଟରଙ୍କ ସଂଖ୍ଯା ୧ କୋଟି ୬୯ ଲକ୍ଷ ୫୫ ହଜାର ୩୬୯ ରହିଛି। ସେହିପରି ମହିଳା ଭୋଟରଙ୍କ ସଂଖ୍ଯା ୧ କୋଟି ୬୫ ଲକ୍ଷ ୧୪ ହଜାର ୭୫୪ ରହିଛି।। ତୃତୀୟଲିଙ୍ଗୀ ଭୋଟରଙ୍କ ସଂଖ୍ଯା ୩ ହଜାର ୪୩୮। ଭିନ୍ନକ୍ଷମ ଭୋଟରଙ୍କ ସଂଖ୍ଯା ୫ ଲକ୍ଷ ୧୯ ହଜାର ୮୬୧ । ବରିଷ୍ଠ ନାଗରିକ ଭୋଟରଙ୍କ ସଂଖ୍ଯା ୩ ଲକ୍ଷ ୨ ହଜାର ୨୭୩। ୧୮ରୁ ୧୯ ବର୍ଷ ବୟସ୍କ ଭୋଟରଙ୍କ ସଂଖ୍ଯା ୭ ଲକ୍ଷ ୯୯ ହଜାର ୩୩୪। ସରକାରୀ ଚାକିରିଆ ମତଦାତାଙ୍କ ସଂଖ୍ଯା ୪୯ ହଜାର ୫୯୯ । ପ୍ରବାସୀ ଭୋଟରଙ୍କ ସଂଖ୍ଯା ୧୮୪ ରହିଛି ବୋଲି ସୂଚନା ରହିଛି।

ଓଡ଼ିଶାର କେଉଁ ନିର୍ବାଚନ ମଣ୍ଡଳୀରେ କେବେ ପଡ଼ିବ ଭୋଟ ଜାଣନ୍ତୁ:

ମେ’ ୧୩ : ଚତୁର୍ଥ ପର୍ଯ୍ୟାୟ
ଲୋକସଭା: କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ମପୁର, କୋରାପୁଟ
ବିଧାନସଭା: ନୂଆପଡ଼ା, ଖରିଆର, ଉମରକୋଟ, ଝରିଗାଁ, ନବରଙ୍ଗପୁର, ଡାବୁଗାଁ, ଲାଞ୍ଜିଗଡ, ଜୁନାଗଡ, ଧର୍ମଗଡ, ଭବାନୀପାଟଣା, ନର୍ଲା, ଛତ୍ରପୁର, ଗୋପାଳପୁର, ବ୍ରହ୍ମପୁର, ଦିଗପହଣ୍ଡି, ଚିକିଟି, ମୋହନା, ପାରଳାଖେମୁଣ୍ଡି, ଗୁଣୁପୁର, ବିଷମକଟକ, ରାୟଗଡା , ଲକ୍ଷ୍ମୀପୁର, କୋଟପାଡ଼, ଜୟପୁର, କୋରାପୁଟ, ପଟାଂଗୀ, ମାଲକାନଗିରି, ଚିତ୍ରକୋଣ୍ଡା।

ମେ’ ୨୦: ୫ମ ପର୍ଯ୍ୟାୟ
ଲୋକସଭା: ବରଗଡ଼, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ, ଆସ୍କା
ବିଧାନସଭା: ପଦ୍ମପୁର, ବିଜେପୁର, ବରଗଡ଼, ଅତାବିରା, ଭଟଲି, ବ୍ରଜରାଜନଗର, ଝାରସୁଗୁଡ଼ଶ, ତଳଶରା, ସୁନ୍ଦରଗଡ଼, ବୀରମିତ୍ରପୁର, ରଘୁନାଥପଲଲ୍ଲୀ, ରାଉରକେଲା, ରାଜଗାଙ୍ଗପୁର, ବଣାଇ, ବୀରମହରାଜପୁର, ସୋନପୁର, ଲୋଇସିଙ୍ଗା, ପାଟଣାଗଡ଼, ବଲାଙ୍ଗୀର, ଟିଟଲାଗଡ଼, କଣ୍ଟାବାଞ୍ଜି, ବାଲିକୁଦା, ଜି. ଉଦୟଗିରି, ଫୁଲବାଣୀ, କଣ୍ଟାମାଳ, ବୌଦ୍ଧ, ଦଶପଲ୍ଲା, ଭଞ୍ଜନଗର, ପୋଲସରା, କବିସୂର୍ଯ୍ୟନଗର, ଖଲ୍ଲିକୋଟ, ଆସ୍କା, ସୋରଡ଼ା, ସାନଖେମୁଣ୍ଡି, ହିଞ୍ଜିଳି।

ମେ’ ୨୫: ୬ଷ୍ଠ ପର୍ଯ୍ୟାୟ
ଲୋକସଭା: ସମ୍ବଲପୁର, କେନ୍ଦୁଝର, ଢେଙ୍କାନାଳ, କଟକ, ଭୁବନେଶ୍ୱର, ପୁରୀ
ବିଧାନସଭା: କୁଚିଣ୍ଡା, ରେଙ୍ଗାଲି, ସମ୍ବଲପୁର, ରେଢାଖୋଲ, ଦେବଗଡ଼, ତେଲକୋଇ, ଘଷିପୁରା, ଆନନ୍ଦପୁର, ପାଟଣା, କେନ୍ଦୁଝର, ଚମ୍ପୁଆ, କରଞ୍ଜିଆ, ଢେଙ୍କାନାଳ, ହିନ୍ଦୋଳ, କାମାକ୍ଷାନଗର, ପରଜଙ୍ଗ, ପଲ୍ଲାହାର, ତାଳଚେର, ଅନୁଗୁଳ, ଛେଣ୍ଡିପଦା, ଆଠମଲ୍ଲିକ, ବଡ଼ମ୍ବା, ବାଙ୍କୀ, ଆଠଗଡ଼, ବାରବାଟି-କଟକ, ଚୌଦ୍ବାର-କଟକ, କଟକ ସଦର, ପୁରୀ, ବ୍ରହ୍ମଗିରି, ସତ୍ୟବାଦୀ, ପିପିଲି, ଜୟଦେବ, ଭୁବନେଶ୍ବର ମଧ୍ୟ, ଭୁବନେଶ୍ବର ଉତ୍ତର, ଏକାମ୍ର ଭୁବନେଶ୍ବର, ଜଟଣୀ, ବେଗୁନିଆ ଖୋର୍ଦ୍ଧା, ଚିଲିକା, ରଣପୁର, ଖଣ୍ଡପଡ଼ା, ନୟାଗଡ଼।

ଜୁନ୍‌ ୧: ୭ମ ପର୍ଯ୍ୟାୟ
ଲୋକସଭା: ମୟୁରଭଞ୍ଜ, ଭଦ୍ରକ, ବାଲେଶ୍ୱର, ଯାଜପୁର, କେନ୍ଦ୍ରାପଡା, ଜଗତସିଂହପୁର
ବିଧାନସଭା: ଯସିପୁର, ସରସକଣା, ରାଇରଙ୍ଗପୁର, ବାଙ୍ଗିରିପୋଷୀ, ଉଦଳା, ବଡ଼ସାହି, ବାରିପଦା, ମୋରଡ଼ା, ଜଳେଶ୍ବର, ଭୋଗରାଇ, ବସ୍ତା, ବାଲେଶ୍ବର, ରେମୁଣା, ନୀଳଗିରି, ସୋର, ସିମୁଳିଆ, ଭଣ୍ଡାରିପୋଖରୀ, ଭଦ୍ରକା, ବାସୁଦେବପୁର, ଧାମନଗର, ଚାନ୍ଦିବାଲି, ବିଞ୍ଝାରପୁର, ବରୀ, ବଡ଼ଚଣା, ଧର୍ମଶାଳା, ଯାଜପୁର, କୋରେଇ, ସୁକିନ୍ଦା, ନିଆଳି, ସାଲେପୁର, ମାହାଙ୍ଗା, ପାଟକୁରା, କେନ୍ଦ୍ରାପଡ଼ା, ଆଳି, ରାଜନଗର, ମହାକାଳପଡ଼ା, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, ଜଗତସିଂହପୁର, କାକଟପୁର, ନିମାପଡ଼ା।

Leave A Reply

Your email address will not be published.