Odisha Link
Bridging the Missing Links in Odisha

ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଓଏଲ୍‌ ବ୍ୟୁରୋ: ଉପାନ୍ତରୁ ଉପକୂଳ ସବୁଠି ଗ୍ରୀଷ୍ମପ୍ରବାହ ରାଜ୍‌ କରୁଥିବାବେଳେ ହଠାତ କାଳବୈଶାଖୀର ପ୍ରଭାବ ଅସହ୍ୟ ତାତିରୁ ମୁକ୍ତି ଦେଇଛି। ଗତ କିଛି ଦିନ ଧରି ରାଜ୍ୟର ବିଭିନ୍ନ ସହରର ତାପମାତ୍ରା ୩୭ ଡ଼ିଗ୍ରୀ ଛୁଇଁଯାଇଥିଲା। ଏହା ପରେ କାଳବୈଶାଖୀ କାରଣରୁ ବର୍ଷା ସହ ପବନ ପ୍ରଭାବରେ ତାତିରୁ ତ୍ରାହି ମିଳିଛି। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗିରହିଛି। ବୌଦ୍ଧ, କନ୍ଧମାଳ, ରାୟଗଡା, ନବରଙ୍ଗପୁର, ଅନୁଗୁଳ, ନୟାଗଡ, ଢେଙ୍କରନାଳ ଜିଲ୍ଲାପରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ନେଇ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସେହିପରି କଟକ, ଢେଙ୍କାନାଳ, ଗଞ୍ଜାମ, ଖୋର୍ଦ୍ଧା ଓ କନ୍ଧମାଳ ଜିଲ୍ଳାରେ ଘଡଘଡି ବିଜୁଳି ସହ ପ୍ରବଳ ବର୍ଷା ନେଇ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

କାଳବୈଶାଖୀ ପ୍ରଭାବରେ ବର୍ଷା, ପବନ ଓ ବଜ୍ରପାତ ହେବାର ଆଶଙ୍କା ରହିଛି। କିଛି ଜିଲ୍ଲାରେ ୩୦ରୁ ୫୫ କିଲୋମିଟର ପର୍ଯ୍ୟନ୍ତ ପବନ ବହିପାରେ। ଆଜି ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଥିବା ବେଳେ ୧୪ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି। ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାରେ ପ୍ରବଳ ବର୍ଷା ସହ କୁଆପଥର ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.