Odisha Link
Bridging the Missing Links in Odisha

ନିର୍ବାଚନୀ କସରତ: ନବୀନ ନିବାସରେ ନବରଙ୍ଗପୁର ନେତା

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ବାଜିସାରିଲାଣି ନିର୍ବାଚନ ବିଗୁଲ। ଏପ୍ରିଲ ୧୯ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ୧ ତାରିଖ ପର୍ଯ୍ୟନ୍ତ ୭ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ଲୋକସଭା ନିର୍ବାଚନ। ଓଡ଼ିଶାରେ ଏକା ସମୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ହେଉଥିବାରୁ ସାରା ଦେଶରେ ନଜର ରହିଛି। ୭ଟି ପର୍ଯ୍ୟାୟରେ ଲୋକସଭା ନିର୍ବାଚନ ହେବାକୁ ଥିବାବେଳେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ତେବେ ଏହାରି ମଧ୍ୟରେ ନିର୍ବାଚନୀ କସରତ ଆରମ୍ଭ ହୋଇଯାଇଛି। ନବୀନ ନିବାସରେ ନବରଙ୍ଗପୁର ନେତା ପହଂଚିଛନ୍ତି। ସୁବାସ ଗଣ୍ଡ, ପ୍ରଣବ ପ୍ରକାଶ ଦାସ, ପ୍ରଦୀପ ମାଝୀଙ୍କ ସମେତ ଅନେକ ନେତା ଯୋଗ ଦେଇଛନ୍ତି।

ସୂଚନା ଅନୁସାରେ, ଆଜି ସକାଳେ ନବୀନ ନିବାସରେ କୋରାପୁଟ ସଂସଦୀୟ କ୍ଷେତ୍ର ନେତା ପହଂଚିଥିଲେ। କୋରାପୁଟ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା ବୈଠକ ହୋଇଥିଲା। ନବୀନ ନିବାସରେ କୋରାପୁଟର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକ ୱାପସ୍ଥିତ ଥିଲେ। ଅତନୁ ସବ୍ୟସାଚୀ ନାୟକ, ଜଗନ୍ନାଥ ସାରକା, ପ୍ରିତମ ପାଢ଼ୀ, ଭାସ୍କର ରାଓ, ରବି ନନ୍ଦ, କ୍ୟାପଟେନ ଦିବ୍ୟଶଙ୍କର ପ୍ରମୁଖ ଉପସ୍ଥିତ ରହିଥିଲେ।