ରବିବାର ଖୋଲା ରହିବ ବ୍ୟାଙ୍କ

ଓଏଲ୍ ବ୍ୟୁରୋ: ରିଜର୍ଭ ବ୍ୟାଙ୍କ ପକ୍ଷରୁ ବଡ଼ ଘୋଷଣା। ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ବ୍ୟାଙ୍କ। ସାଧାରଣ ଗ୍ରାହକଙ୍କ ପାଇଁ ଖୋଲା ରହିବ ସବୁ ବ୍ୟାଙ୍କ। ଏନେଇ ଏକ୍ସରେ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ। ରିଜର୍ଭ ବ୍ୟାଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍ କରି କହିଛି କି ୩୧ ମାର୍ଚ୍ଚ ୨୦୨୪ ରବିବାର ହେବା ସତ୍ତ୍ବେ ସମସ୍ତ ବ୍ୟାଙ୍କ ଖୋଲା ରହିବ। ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ଶେଷ ଦିନ ଯୋଗୁଁ ଏମିତି ନିଷ୍ପତ୍ତି ନିଆଯାଇଛି।
ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଲୋକଙ୍କ ସୁବିଧା ପାଇଁ ବ୍ୟାଙ୍କ, ଆୟକର ବିଭାଗ ଏବଂ ଜିଏସଟି କାର୍ଯ୍ୟାଳୟ ଶନିବାର ଏବଂ ରବିବାର ଖୋଲା ରହିବ। ଏହାଦ୍ୱାରା ଲୋକଙ୍କୁ ଆୟକର ପଇଠ ଏବଂ ଜିଏସଟି ପଇଠ କରିବାରେ ସହଜ ହୋଇଯିବ। ଏହା ସହ ଆୟକର ବିଭାଗ ନିଜ ସମସ୍ତ କାର୍ଯ୍ୟାଳୟ ଖୋଲା ରଖିବା ପାଇଁ ନିଷ୍ପତ୍ତି ନେଇଛି। ବିଭାଗ ଗୁଡ୍ ଫ୍ରାଇଡେ ଛୁଟି ସହିତ ଶନିବାର ଏବଂ ରବିବାର ଛୁଟି ମଧ୍ୟ ରଦ୍ଦ କରିଦେଇଛି।