Odisha Link
Bridging the Missing Links in Odisha

ଅସୁସ୍ଥ ଅଛନ୍ତି ଦାମୋଦର ରାଉତ; ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଓଏଲ୍‌ ବ୍ୟୁରୋ: ଅସୁସ୍ଥ ଅଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ। ଏକ ଘରୋଇ ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିବା ସୂଚନା ରହିଛି। ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି। ଏହା ପରେ ନିଜର ଟ୍ୱିଟ କରି ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତେବିତ ମାଧ୍ୟମରେ ଉଲ୍ଲେଖ କରିଛନ୍ତି, ଦଳର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀଯୁକ୍ତ ଦାମୋଦର ରାଉତଙ୍କ ଅସୁସ୍ଥତା ବିଷୟରେ ଜାଣି ମୁଁ ଚିନ୍ତିତ। ତାଙ୍କର ଆଶୁଆରୋଗ୍ୟ ଓ ଦୀର୍ଘାୟୁ ଜୀବନ କାମନା କରୁଛି।

ସୂଚନା ଅନୁସାରେ, ରାଜନୀତିରେ ସର୍ବଦା ସକ୍ରିୟ ରହୁଥିବା ଶ୍ରୀ ରାଉତ ଗତ କିଛିବର୍ଷ ଧରି ସକ୍ରିୟ ରାଜନୀତିଠାରୁ ଏକପ୍ରକାର ଦୂରେଇ ରହିଛନ୍ତି। ରାଜ୍ୟ ରାଜନୀତିର ସେ ଆଗଧାଡ଼ିର ଟାଣୁଆ ନେତା। ସେ ବିଜେଡିରେ ଥିବା ସମୟରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ ରାଉତ ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ। ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ସାମିଲ ହେବା ପରଠାରୁ ସେ ସକ୍ରିୟ ରାଜନୀତି ଠାରୁ ଦୂରେଇ ରହିଥିଲେ।

Leave A Reply

Your email address will not be published.