Odisha Link
Bridging the Missing Links in Odisha

ଦାମୋଦର ରାଉତ ଅସୁସ୍ଥ; ମେଡିକାଲରେ ଚାଲିଛି ଚିକିତ୍ସା

ଓଏଲ୍‌ ବ୍ୟୁରୋ: ଅସୁସ୍ଥ ଅଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଡକ୍ଟର ଦାମୋଦର ରାଉତ। ଏକ ଘରୋଇ ହସ୍ପିଟାଲରେ ରହି ସେ ଚିକିତ୍ସିତ ହେଉଥିବା ସୂଚନା ରହିଛି। ତେଣୁ ତାଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଥିବା ତାଙ୍କ ପୁଅ ସୂଚନା ଦେଇଛନ୍ତି।

ସୂଚନା ଅନୁସାରେ, ବର୍ତ୍ତମାନ ସମୟରେ ରାଜନୀତିରେ ସର୍ବଦା ସକ୍ରିୟ ରହୁଥିବା ଶ୍ରୀ ରାଉତ ଗତ କିଛିବର୍ଷ ଧରି ସକ୍ରିୟ ରାଜନୀତିଠାରୁ ଏକପ୍ରକାର ଦୂରେଇ ରହିଛନ୍ତି। ରାଜ୍ୟ ରାଜନୀତିର ସେ ଆଗଧାଡ଼ିର ଟାଣୁଆ ନେତା। ସେ ବିଜେଡିରେ ଥିବା ସମୟରେ ନବୀନ ପଟ୍ଟନାୟକଙ୍କ କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଶ୍ରୀ ରାଉତ ବିଜେଡିର ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ। ୨୦୧୯ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗ ଦେଇଥିଲେ। ବିଜେପିରେ ସାମିଲ ହେବା ପରଠାରୁ ସେ ସକ୍ରିୟ ରାଜନୀତି ଠାରୁ ଦୂରେଇ ରହିଥିଲେ।

Leave A Reply

Your email address will not be published.