Odisha Link
Bridging the Missing Links in Odisha

ବଲାଙ୍ଗିର ଲୋକସଭା କ୍ଷେତ୍ରର ସମୀକ୍ଷା; ଲୋକ ସଂପର୍କ ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଓଏଲ୍‌ ବ୍ୟୁରୋ: ବାଜି ସାରିଲାଣି ନିର୍ବାଚନୀ ବିଗୁଲ। ସମସ୍ତ ରାଜନୈତିକ ଦଳ ଜୋରଦାର ଆରମ୍ଭ କଲେଣି ପ୍ରସ୍ତୁତି। ଓଡ଼ିଶାରେ ଏକାସଙ୍ଗେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବାରୁ ସମସ୍ତଙ୍କ ରହିଛି ନଜର। ରାଜ୍ୟର ୩ ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ଆରମ୍ଭ କରିଲେଣି କସରତ। ଅନ୍ୟପଟେ ବିଜେଡି-ବିଜେପି ମେଣ୍ଟ ଚର୍ଚ୍ଚା ରାଜ୍ୟ ରାଜନୀତିକୁ ସରଗରମ ରଖିଛି।

ଏସବୁ ମଧ୍ୟରେ ଶାସକ ଦଳ ବିଜୁ ଜନତା ଦଳ ନିର୍ବାଚନ ବୈତରଣୀ ପାର କରିବା ପାଇଁ ଆରମ୍ଭ କରିଛି ଅଙ୍କକଷା। ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗୋଟିଏ ପରେ ଗୋଟିଏ ସଂସଦୀୟ କ୍ଷେତ୍ରର ବୈଠକ ଅନୁଷ୍ଠିତ ହୋଇଛି। ଦୁଇ ଦିନ ତଳେ ପୁରୀ ସଂସଦୀୟ କ୍ଷେତ୍ରର ନେତାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଆଜି ଆଉ ୩ ସଂସଦୀୟ କ୍ଷେତ୍ର ପାଇଁ ସମୀକ୍ଷା ଆରମ୍ଭ ହୋଇଛି। ବରଗଡ, ବଲାଙ୍ଗୀର ଓ କଳାହାଣ୍ଡି ଲୋକସଭା କ୍ଷେତ୍ରର ସମୀକ୍ଷା କରାଯାଉଛି। ଏହି ବୈଠକରେ ତିନି ଲୋକସଭା କ୍ଷେତ୍ରର ବରିଷ୍ଠ ନେତା ଓ ପର୍ଯ୍ୟବେକ୍ଷକଙ୍କ ସାମିଲ ହୋଇଛନ୍ତି।

ନବୀନ ନିବାସରେ ବଲାଙ୍ଗିର ଲୋକସଭା କ୍ଷେତ୍ରର ସମୀକ୍ଷା ହୋଇଛି। ସମୀକ୍ଷା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସମୀକ୍ଷା ପରେ ପୂର୍ବତନ ବିଧାୟକ ଆୟୁବ ଖାନ ପ୍ରତିକ୍ରିୟା ରଖିଛନ୍ତି। ଅଧିକ ପରିଶ୍ରମ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିବା ସେ କହିଛନ୍ତି। ନିଜ ଅଞ୍ଚଳରେ ଲୋକ ସଂପର୍କ ସ୍ଥାପନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କିଏ ପ୍ରାର୍ଥୀ ହେବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ।

Leave A Reply

Your email address will not be published.