Odisha Link
Bridging the Missing Links in Odisha

ବିଜେଡି ଛାଡ଼ିଲେ ଭର୍ତ୍ତୃହରି ମହତାବ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ମାହୋଲ। ଓଡ଼ିଶାରେ ଏକାଥରେ ବିଧାନସଭା ଓ ଲୋକସଭା ନିର୍ବାଚନ ହେଉଥିବା ବେଳେ ସାରା ଦେଶର ନଜର ଏବେ ବିଶେଷ ଭାବେ ଓଡ଼ିଶା ଉପରେ ରହିଛି। ଓଡ଼ିଶାରେ ବିଜେଡି-ବିଜେପି ମେଣ୍ଟ ହେବା ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଖୋଦ୍‌ ଓଡ଼ିଶା ବିଜେପି ସଭାପତି ମନମୋହନ ସାମଲ ମେଣ୍ଟ ନୁହେଁ ଦଳ ଏକାକୀ ଲଢ଼ିବ ବୋଲି ସୂଚନା ଦେଇଛନ୍ତି। ଏହାରି ମଧ୍ୟରେ ଆଉ ଏକ ବଡ ଖବର ସାମ୍ନାକୁ ଆସିଛି। ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ଭର୍ତ୍ତୃହରି ମହତାବ। ଏନେଇ ସେ ନିଜେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Leave A Reply

Your email address will not be published.