Odisha Link
Bridging the Missing Links in Odisha

ନିର୍ବାଚନ ପୂର୍ବରୁ ଓଏଏସ୍ ସ୍ତରରେ ଅଦଳବଦଳ; ଜାଣନ୍ତୁ କାହାକୁ ମିଳିଲା କେଉଁ ବିଭାଗ..

ଓଏଲ୍‌ ବ୍ୟୁରୋ: ଓଏଏସ୍ ସ୍ତରରେ ଅଦଳବଦଳ କରାଯାଇଛି। ନିକଟରେ କିଛି ଅଧିକାରୀଙ୍କୁ ନୂଆ ସ୍ଥାନରେ ନିଯୁକ୍ତି ଦିଆଯାଇଥିବା ବେଳେ ଏହା ମଧ୍ୟରେ ପୁଣି ଥରେ କିଛି ଅଧିକାରୀଙ୍କୁ ବଦଳି କରାଯାଇଛି। ସାଧାରଣ ନିର୍ବାଚନ ପୂର୍ବରୁ ୨୮ଜଣ ଅଧିକାରୀଙ୍କୁ ନୂଆ ସ୍ଥାନକୁ ବଦଳି କରାଯାଇଛି। ଏନେଇ ଶୁକ୍ରବାର ବିଧିବଦ୍ଧ ଭାବେ ବଦଳି ବିଜ୍ଞପ୍ତି ଜାରି ହୋଇଛି। ସମ୍ପୃକ୍ତ ଅଫିସରମାନଙ୍କୁ ଅପରାହ୍ନରେ ରିଲିଭ୍‌ କରି ନୂଆ ସ୍ଥାନରେ ତୁରନ୍ତ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଥିବାରୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ଏହି ବଦଳି କରାଯାଇଥିବା ଜଣାପଡ଼ିଛି।

ରାଜସ୍ବ ଓ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ପାରଳାଖେମୁଣ୍ଡି ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓଏଏସ୍‌ ଅଫିସର ସୁକାନ୍ତ ଚନ୍ଦ୍ର ମିଶ୍ରଙ୍କୁ ରାୟଗଡ଼ା ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଛି। ଓଏଏସ୍‌ ଅଫିସର ଜ୍ୟୋତିକାନ୍ତ ଭୁଜବଳଙ୍କୁ ଗଞ୍ଜାମ ଡିଏସ୍‌ଆର୍‌, କ୍ଷୀରୋଦ କୁମାର ଦାଶଙ୍କୁ ମୟୂରଭଞ୍ଜ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ନିର୍ଲିପ୍ତ ମହାନ୍ତିଙ୍କୁ ସାଧାରଣ ପ୍ରଶାସନ ବିଭାଗ, ଗଜାନନ ପ୍ରଧାନଙ୍କୁ କେନ୍ଦୁଝର ଡିଏସ୍‌ଆର୍‌, ଇପ୍‌ସିତା ପାତ୍ର ବରଗଡ଼ ଜିଲା ମେଡିକାଲ ପ୍ରଶାସନିକ ଅଫିସର, ଆରତୀ ଭୋଇ ବଲାଙ୍ଗୀର ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓ ଅଳକାରାଣୀ ଦେବତାଙ୍କୁ ଢେଙ୍କାନାଳ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଭାବେ ବଦଳି କରାଯାଇଛି।

ସେହିପରି ଓଏଏସ୍‌ ହରିହର ପଞ୍ଚୁଆତି ଓ ସିଗ୍ଧା ଛାୟା ମହାପାତ୍ରଙ୍କୁ ଜଳସମ୍ପଦ ବିଭାଗ ଜୋନ ଅଫିସର(ମୁଖ୍ୟାଳୟ), ଓଏଏସ୍‌ ଦୟାସିନ୍ଧୁ ପରି ସାଧାରଣ ପ୍ରଶାସନ ବିଭାଗକୁ ବଦଳି ହୋଇଛି। ସନ୍ତୋଷ ସାହୁଙ୍କୁ ଓଏସଡି(କ୍ରୀଡ଼ା କୋରାପୁଟକୁ ବଦଳି ହୋଇଥିବାବେଳେ ବିଶ୍ୱକେଶନ ପାଣ୍ଡେଙ୍କୁ ଓଏସ୍‌ଡି(କ୍ରୀଡ଼ା ସୁନ୍ଦରଗଡ଼ ଅଞ୍ଜଳି ତରାଇଙ୍କୁ ପୁରୀ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ସସ୍ମିତା ଉପାଧ୍ୟାୟଙ୍କୁ ଯାଜପୁର ଜିଲା ହସ୍ପିଟାଲ ପ୍ରଶାସନିକ ଅଫିସର, ଆଦ୍ୟାସା ରଥଙ୍କୁ କେନ୍ଦ୍ରାପଡ଼ା ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ନୀଳାମ୍ବର ମହାନନ୍ଦାଙ୍କୁ ସାଧାରଣ ପ୍ରଶାସନ ବିଭାଗ, ସୁଦୀପ୍ତ କୁମାର ନାଏକଙ୍କୁ ଓଏସ୍‌ଡି(କ୍ରୀଡ଼ା ଗଞ୍ଜାମ, ବାଣୀନିବେଦିତା ସ୍ବାଇଁଙ୍କୁ କଟକ ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର, ଭଜନାନନ୍ଦ ସାହୁଙ୍କୁ ଜଳସମ୍ପଦ ବିଭାଗର ଜୋନ ଅଫିସର(ମୁଖ୍ୟାଳୟ), ଆଦିତ୍ୟ କୁମାର ପଣ୍ଡାଙ୍କୁ ଢେଙ୍କାନାଳ ଜୋନ ଅଫିସର(ରେଳପ୍ରକଳ୍ପ), ଶିବବ୍ରତ ତ୍ରିପାଠୀଙ୍କୁ ଅନୁଗୁଳ ଡିଏସ୍‌ଆର, ସ୍ମୃତିରଞ୍ଜନ ମଲ୍ଲିକଙ୍କୁ ଭୁବନେଶ୍ୱର ଇଡ୍‌କୋ(ମୁଖ୍ୟାଳୟ) ଲ୍ୟାଣ୍ଡ ଅଫିସର, ଗୋପିନାଥ ମିଶ୍ରଙ୍କୁ ଆଇନ ବିଭାଗର ଓଏସ୍‌ଡି, ପ୍ରଶାନ୍ତ କୁମାର ଜେନାଙ୍କୁ ଆଇନ ବିଭାଗର ଓଏସ୍‌ଡି, ଗୌରଚନ୍ଦ୍ର ପଟ୍ଟନାୟକଙ୍କୁ ପାରଳାଖେମୁଣ୍ଡି ଜିଲା ହସ୍ପିଟାଲର ପ୍ରଶାସନିକ ଅଫିସର ଓ ଚିନ୍ମୟ କୁମାର ନାୟକଙ୍କୁ ଜଳସମ୍ପଦ ବିଭାଗର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଫିସର ଭାବେ ବଦଳି ହୋଇଛି।

Leave A Reply

Your email address will not be published.