Odisha Link
Bridging the Missing Links in Odisha

ମିଳିଲାନି ଟିକେଟ, ଆତ୍ମହତ୍ୟା କଲେ ସାଂସଦ

ଓଏଲ୍‌ ବ୍ୟୁରୋ: ସାରା ଦେଶରେ ନିର୍ବାଚନୀ ବିଗୁଲ ବାଜି ସାରିଛି। ୨୦୨୪ ନିର୍ବାଚନୀ ବିଗୁଲ ବାଜିବା ପରେ ସମସ୍ତ ରାଜନୈତିକ ଦଳ ଆରମ୍ଭ କରିଛନ୍ତି ସ୍ବତନ୍ତ୍ର ରଣନୀତି। ଏହାରି ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ତାମିଲନାଡୁ ଏମଡିଏମକେ ସାଂସଦ ଗଣେଶ ମୂର୍ତ୍ତି ଆତ୍ମହତ୍ଯା ଉଦ୍ୟମ କରିଛନ୍ତି। ଟିକେଟ ନମିଳିବାରୁ ଆତ୍ମହତ୍ଯା କରିଥିବା ସୂଚନା ରହିଛି। ଏମଡିଏମକେ ପକ୍ଷରୁ ଲୋକସଭା ଆସନ ପାଇଁ ତାଙ୍କୁ ଟିକେଟ ମିଳିନଥିଲା। ଏହା ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବା ପରେ ତାଙ୍କୁ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଶେଷରେ ତାଙ୍କ ମୃତ୍ୟୁ ହୋଇଛି।

Leave A Reply

Your email address will not be published.